Site icon ଆଜିକାଲି

ଗୋଟିଏ ଛକା ମାରି ନିଜ ନାମରେ ବିଶ୍ୱ ରେକର୍ଡ କଲେ ରୋହିତ

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ସେ ଲମ୍ବା ଛକା ମାରିବା ପାଇଁ ବେଶ୍ ଜଣାଶୁଣା । ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆକୁ ୬ ୱିକେଟ୍ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡୁଥିଲେ ମଧ୍ୟ ଅଧିନାୟକ ରୋହିତ ଶର୍ମା ମାତ୍ର ଗୋଟିଏ ଛକା ମାରିବା ପରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ଏକ ବଡ଼ ଇନିଂସ ଖେଳିପାରିନଥିଲେ, ତଥାପି ସେ ଏହି ବଡ଼ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆର ଅଧନାୟକ ରୋହିତ ଶର୍ମାଙ୍କୁ ବହୁତ ଭଲ ଫର୍ମରେ ଦେଖିବାକୁ ମିଳିଥିଲା, କିନ୍ତୁ ସେ ଏକ ବଡ଼ ଇନିଂସ ଖେଳି ପାରିନଥିଲେ । ସେ ତାଙ୍କ ସର୍ଟ ଇନିଂସରେ ୯ ବଲରେ ୧୧ ରନ୍ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ତାଙ୍କୁ ଜୋସ୍ ହାଜଲେଉଡ୍ ଆଉଟ୍ କରିଥିଲେ । କିନ୍ତୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଛକା ମାରିବା ମାତ୍ରେ ସେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟର ମିଳିତ ଭାବେ ସର୍ବାଧିକ ଛକା ଲଗାଇବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଟି-୨୦ କ୍ରିକେଟରେ ରୋହିତଙ୍କ ନାମରେ ୧୭୨ଟି ଛକା ରହିଛି । ନ୍ୟୁଜିଲ୍ୟାଣ୍ଡର ଷ୍ଟାର୍ ବ୍ୟାଟ୍ସମ୍ୟାମ ମାର୍ଟିନ ଗୁପଟିଲ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ୧୭୨ ଛକା ମାରିଛନ୍ତି ।

Exit mobile version