Site icon ଆଜିକାଲି

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଛକାର ଡବଲ ସେଞ୍ଚୁରି ପୂରା କଲେ ରୋହିତ ଶର୍ମା

ମୁମ୍ବାଇ: ଆଇପିଏଲ୍ ରେ ସର୍ବାଧିକ ଛକା ମାରିଥିବା ପ୍ରଥମ ଭାରତୀୟ ବ୍ୟାଟର ରୋହିତ ଶର୍ମା ଆଜି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଛକାର ଡବଲ ସେଞ୍ଚୁରି ପୂରା କରିଛନ୍ତି। ଆଜି ଗୁଜରାଟ ବିରୋଧରେ ମ୍ୟାଚ୍ ଖେଳି ରୋହିତ ଦଳ ପାଇଁ ୨୦୦ଟି ସିକ୍ସ ମାରିବାର ଗୌରବ ଅର୍ଜନ କରିଛନ୍ତି।

୩୬ ବର୍ଷୀୟ ରୋହିତ ଶର୍ମା ୨୦୧୧ ଆଇପିଏଲ୍‌ରେ ମୁମ୍ବାଇ ପାଇଁ ଡେବ୍ୟୁ କରିଥିଲେ। ପ୍ରଥମ ୩ଟି ମ୍ୟାଚ୍‌ ଡେକାନ ଚାର୍ଜର ପାଇଁ ଖେଳିଥିଲେ ରୋହିତ। ଆଇପିଏଲ୍ କ୍ୟାରିୟରର ଏପର୍ଯ୍ୟନ୍ତ ୨୫୨ ଟି ଛକ୍କା ମାରିଥିବା ରୋହିତ ଦ୍ୱିତୀୟ ସର୍ବାଧିକ ସିସ୍କ ହିଟର ହୋଇଛନ୍ତି। ରୋହିତଙ୍କ ଆଗରେ ରହିଛନ୍ତି କ୍ରିସ୍ ଗେଲ୍। ସେ ଆଇପିଏଲ୍‌ରେ ୩୫୭ ଟି ୬ ମାରି ସର୍ବାଧିକ ସିସ୍କ ମାରିଥିବା ବ୍ୟାଟର ହେବାର ଗୌରବ ଅର୍ଜନ କରିଛନ୍ତି।

Exit mobile version