Site icon ଆଜିକାଲି

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ରୋହିତଙ୍କ ଇସ୍ତଫା ଚିଠି, ଫ୍ୟାନ୍ସ କହିଲେ ଏହା ଫେକ୍

ମୁମ୍ବାଇ : ୱାର୍ଲଡ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି) ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ । ୨୦୯ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛି ରୋହିତ୍-ଆଣ୍ଡ-କୋ। ଏହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଟ୍ରୋଲ୍ ହେଉଛି । କେହି କହୁଛନ୍ତି, ଆଇପିଏଲ ପାଇଁ ଖେଳାଳିଙ୍କ ଫର୍ମ ଅଛି କିନ୍ତୁ ଦେଶ ପାଇଁ ଖେଳିବାକୁ ଫର୍ମ ନାହିଁ । ଟଙ୍କା ଏବଂ ବିଜ୍ଞାପନ ପାଇଁ ଖେଳାଳି ଖେଳୁଛନ୍ତି ବୋଲି କୁହାଯାଉଛି । ଏହାରି ଭିତରେ ରୋହିତ ଶର୍ମାଙ୍କ ଏକ ଇସ୍ତଫା ଚିଠି ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଟେଷ୍ଟ କ୍ରିକେଟ ଅଧିନାୟକ ପଦରୁ ରୋହିତ ଇସ୍ତଫା ଦେଇଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଇଛି । ଯେଉଁଥିରେ ହିଟ୍ ମ୍ୟାନ, ବିସିସିଆଇ ଅଧ୍ୟକ୍ଷଙ୍କୁ ନିଜ ଇସ୍ତଫା ପଠାଇଥିବା ଉଲ୍ଲେଖ ରହିଛି । ରୋହିତ୍ ନିଜର ୭ ବର୍ଷର ଟେଷ୍ଟ କ୍ୟାରିୟର ସମ୍ପର୍କରେ କହି ଭାବପ୍ରବଣ ହୋଇଛନ୍ତି । ବିସିସିଆଇ ତାଙ୍କୁ ଟେଷ୍ଟ ଟିମରେ ଅଧିନାୟକତ୍ବ କରିବାକୁ ସୁଯୋଗ ଦେଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି ।

ତେବେ ଏହି ଚିଠି ଏକ ଟ୍ବିଟର ଆକାଉଣ୍ଟରେ ଭାଇରାଲ୍ ହେଉଛି । ଯାହାକୁ କିଛି କ୍ରିକେଟ୍ ପ୍ରେମୀ ରୋହିତ ଶର୍ମାଙ୍କ ଟ୍ବିଟର ଆକାଉଣ୍ଟ ବୋଲି କହିଛନ୍ତି । ହେଲେ ଏହା ସମ୍ପୂର୍ଣ୍ଣ ରୂପେ ଫେକ୍ ଆକାଉଣ୍ଟ । ଏଥିରେ କୌଣସି ସତ୍ୟତା ନାହିଁ । କେହି ଜଣେ ତାଙ୍କ ନାଁରେ ଇସ୍ତଫା ଚିଠି ଭାଇରାଲ୍ କରୁଛି । ଯେଉଁ ଆକାଉଣ୍ଟର ଏହି ଚିଠି ଭାଇରାଲ୍ ହେଉଛି, ତାହା ରୋହିତଙ୍କର ନୁହେଁ । ହିଟ୍ ମ୍ୟାନ୍ ନିଜ ଅଫିସିଆଲ୍ ବ୍ଲୁ ଟିକ୍ ଟ୍ବିଟର ଆକାଉଣ୍ଟ @ImRo45ରେ କୌଣସି ଏଭଳି ପୋଷ୍ଟ କରିନାହାନ୍ତି । ତେବେ ଏନେଇ ରୋହିତଙ୍କ କୌଣସି ପ୍ରତିକ୍ରିୟା ମଧ୍ୟ ମିଳିନାହିଁ ।

Exit mobile version