Site icon ଆଜିକାଲି

ବନ୍ଧୁତ୍ୱ ପୁର୍ଣ୍ଣ ହକି ମ୍ୟାଚରେ ଦକ୍ଷିଣ କୋରିଆକୁ ହରାଇଲା ରାଉରକେଲା ପାନପୋଷ ସ୍ପୋର୍ଟସ ହଷ୍ଟେଲ

ରାଉରକେଲା : ଦେଶର ବୃହତମ ହକି ଷ୍ଟାଡ଼ୟିମ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଠାଡ଼ିୟମରେ ଗତ ଶୁକ୍ରବାର ସନ୍ଧ୍ୟାରେ ରାଉରକେଲା ପାନପୋଷ ସ୍ପୋର୍ଟସ ହଷ୍ଟେଲର ହକି ଟିମ ଓ ଦକ୍ଷିଣ କୋରିଆ ଜୁନିଅର ହକି ଟିମ୍‌ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ ମ୍ୟାଚ ଖେଳ ଯାଇଥିଲା । ଦକ୍ଷିଣ କୋରିଆ ଜୁନିଅର ହକି ଟିମକୁ ପରାସ୍ତ କରି ଦେଖାଇଲା ପାନପୋଷ ସ୍ପୋର୍ଟସ ହଷ୍ଟେଲ ।

୨-୧ ଗୋଲରେ ଦକ୍ଷିଣ କୋରିଆ ଜୁନିଅର ହକି ଟିମ ଠାରୁ ହେଲା ବିଜୟ । ଏହି ମ୍ୟାଚ ହକି ବିଶ୍ୱକପ୍‌ରେ ଭାରତୀୟ ଟିମ ପାଇଁ ବେଶ ଗୁରୁତ୍ୱ ରଖିଥିଲା । ବିଜୟ ପରେ ବେଶ ଖୁସି ହକି ପ୍ରଶିକ୍ଷଣ ନେଉଥିବା ହକି ଖେଳାଳି ।

Exit mobile version