Site icon ଆଜିକାଲି

ମଣିଶଙ୍କର ଆୟରଙ୍କ ବୟାନକୁ ନେଇ ବିବାଦ, କହିଲେ ପାକିସ୍ତାନକୁ ସମ୍ମାନ ଦେଉ ଭାରତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଝିରେ ଦଳର କିଛି ବରିଷ୍ଠ ନେତାଙ୍କ ବୟାନ କଂଗ୍ରେସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ସାମ୍ ପିଟ୍ରୋଡାଙ୍କ ବର୍ଣ୍ଣ ବୈଷମ୍ୟ ଟିପ୍ପଣୀ ପରେ ଏବେ ମଣି ଶଙ୍କର ଆୟରଙ୍କ ବୟାନ କଂଗ୍ରେସକୁ ଅଡ଼ୁଆରେ ପକାଇଛି। ଏକ ସାକ୍ଷାତକାରରେ ମଣି ଶଙ୍କର ଆୟାର କହିଛନ୍ତି ଯେ ଭାରତ ପାକିସ୍ତାନକୁ ସମ୍ମାନ ଦେବା ଉଚିତ। କାରଣ ପାକିସ୍ତାନ ପାଖରେ ମଧ୍ୟ ଆମ ଭଳି ପରମାଣୁ ବୋମା ଅଛି | ଯଦି ଆମେ ସେମାନଙ୍କୁ ସମ୍ମାନ ନ କରିବା, ତେବେ ସେମାନେ ଆମ ଉପରେ ପରମାଣୁ ଆକ୍ରମଣ କରିପାରନ୍ତି |

ବିବାଦ ପରେ କଂଗ୍ରେସ ମଣି ଶଙ୍କର ଆୟାରଙ୍କ ବୟାନଠୁ ଦୂରେଇ ଯାଇଛି । ଏହା ଦଳର ମତ ନୁହେଁ ବୋଲି କଂଗ୍ରେସ କହିଛି।

କିଛି ଦିନ ତଳେ ଦଳର ବରିଷ୍ଠ ନେତା ସାମ୍ ପିଟ୍ରୋଡାଙ୍କ ବୟାନକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା। ସେ ଏକ ଇଂରାଜୀ ଖବରକାଗଜକୁ ସାକ୍ଷାତକାରରେ ଭାରତକୁ ଏକ ବିବିଧତାର ଦେଶ ଭାବ ବର୍ଣ୍ଣନା କରି କହିଥିଲେ ପୂର୍ବ ଭାରତର ଲୋକମାନେ ଚୀନୀ ବ ଚାଇନିଜ୍ ଭଳି ଦେଖାଯାଆନ୍ତି। ପଶ୍ଚିମର ଲୋକ ଆରବ, ଉତ୍ତରରେ ଲୋକମାନେ ଗୋରା ଏବଂ ଦକ୍ଷିଣ ଭାରତର ଲୋକେ ଆଫ୍ରିକୀୟ ନାଗରିକଙ୍କ ପରି ଦେଖାଯାଆନ୍ତି। ପିଟ୍ରୋଡାଙ୍କ ଏହି ବୟାନରୁ ମଧ୍ୟ କଂଗ୍ରେସ ଦୂରେଇ ଯାଇଥିଲା । ପିଟ୍ରୋଡାଙ୍କ ବୟାନ ନେଇ କଂଗ୍ରେସକୁ ତୀବ୍ର ଆକ୍ରମଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ।

FacebookTwitterLinkedinWhatsapp
Exit mobile version