Site icon ଆଜିକାଲି

ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସ ବନାମ ସୁପର ଜାଏଣ୍ଟସ୍ ମଧ୍ୟରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ

ବେଙ୍ଗାଲୁରୁ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୩ର ରବିବାର ୧୫ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ । ସୋମବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଏହି ମ୍ୟାଚ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଖେଳାଯିବ ।

ଗତ ସିଜନରେ ସୁପର ଜାଏଣ୍ଟ୍‌ସ ବିପକ୍ଷରେ ଆର୍‌ସିବି ୨ଟି ମ୍ୟାଚ୍‌ ଖେଳି ଅପରାଜୟ ରହିଥିଲା । ସୋମବାର ଦଳ ଏହି ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିବ । ଅନ୍ୟପଟେ ସୁପର ଜାଏଣ୍ଟ୍‌ସ ଆର୍‌ସିବି ବିରୋଧରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ଫଳରେ ଏହି ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା ରଖିଛନ୍ତି ଦର୍ଶକ ।

Exit mobile version