Site icon ଆଜିକାଲି

‘ଆର୍‌ଆର୍‌ଆର୍’ ଅଭିନେତା ରେ ଷ୍ଟିଭେନସନଙ୍କ ପରଲୋକ

ଓ୍ୱାଶିଂଟନ: ଏସ୍ଏସ୍ ରାଜାମୌଲିଙ୍କ ଓସ୍କାର ବିଜୟୀ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍’ର ଅଭିନେତା ରେ’ ଷ୍ଟିଭେନସନଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା।

ଷ୍ଟିଭେନସନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ । ତେବେ ଇଟାଲୀର ଇସ୍କିଆ ଦ୍ୱୀପରେ ଆକ୍ସନ୍ ଚଳଚ୍ଚିତ୍ର ‘କାସିନୋ’ର ସୁଟିଂ ସମୟରେ ତାଙ୍କୁ ହଠାତ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲ ବୋଲି କୁହାଯାଉଛି ‌।

ଷ୍ଟିଭେନସନ ‘ଆର୍‌ଆର୍‌ଆର୍’ରେ ନେଗେଟିଭ୍ ଚରିତ୍ର ଗଭର୍ଣ୍ଣର ସ୍କଟ୍ ବକ୍ସଟନ୍ ଭୂମିକାରେ ଅଭିନୟ କରିଥିଲେ । ଏହାଛଡ଼ା ସେ ପନିଶର: ଓ୍ବାର୍ ଜୋନ୍, କିଙ୍ଗ୍ ଆର୍ଥର, ଥୋର୍ ଭଳି ‌‌ହଲିଉଡ୍ ଫିଲ୍ମରେ କାମ କରିଛନ୍ତି । ‘ରୋମ୍ ଭାଇକିଙ୍ଗ୍’ ଏବଂ ‘ଡେକ୍ସଟର’ ଭଳି ଟିଭି ଶୋ ମାଧ୍ୟମରେ ଷ୍ଟିଭେନସନ ଲୋକପ୍ରିୟତା ହାସଲ କରିଥିଲେ |

ଷ୍ଟିଭେନସନଙ୍କ ପରଲୋକରେ ‘ଆର୍‌ଆର୍‌ଆର୍’ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ଶୋକ ପ୍ରକାଶ କରିଛନ୍ତି । ଷ୍ଟିଭେନସନ ଉତ୍ତର ଆୟର୍ଲାଣ୍ଡରେ ଜନ୍ମଗ୍ରହଣ କରିଥିଲେ | ତେବେ ୮ ବର୍ଷ ବୟସରେ ସେ ଇଂଲଣ୍ଡ ଚାଲି ଆସିଥିଲେ। କାରଣ ତାଙ୍କ ବାପା ରୟାଲ ଏୟାର ଫୋର୍ସରେ କାର୍ଯ୍ୟ କରୁଥିଲେ।

Exit mobile version