Site icon ଆଜିକାଲି

ବିମାନରେ ବୋମା ନେଇ ଗୁଜବ, ଇ-ମେଲରେ ମିଳିଲା ଧମକ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଟୋରୋଣ୍ଟୋ ଅଭିମୁଖେ ଯିବାକୁ ଥିବା ବିମାନରେ ବୋମା ନେଇ ଗୁଜବ ଦେଖାଯାଇଛି । ଏକ ଇ-ମେଲରେ ଏହି ଦାବି କରାଯାଇଛି । ଜଣେ ଅଧିକାରୀ କହିଛନ୍ତି ଆଇଜିଆଇ ବିମାନବନ୍ଦରରେ ଏୟାର କାନାଡାର ଟୋରୋଣ୍ଟୋ ଯିବାକୁ ଥିବା ବିମାନରେ ବୋମା ନେଇ ଇମେଲ ଆସିଛି । ଜଣେ ଅଧିକାରୀ କହିଛନ୍ତି ଯେ, ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ (ଡିଆଇଏଏଲ) କାର୍ଯ୍ୟାଳୟକୁ ମଙ୍ଗଳବାର ରାତି ୧୦ଟା ୫୦ରେ ଏକ ଇମେଲ ମିଳିଥିଲା । ଏଥିରେ କୁହାଯାଇଥିଲା ଯେ, ଦିଲ୍ଲୀ-ଟୋରୋଣ୍ଟୋ ଏୟାର କାନାଡାର ବିମାନରେ ବୋମା ଅଛି । ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ସୁରକ୍ଷା ପ୍ରଟୋକଲକୁ ଦୃଷ୍ଟିରେ ରଖି ବିମାନରେ ଯାଞ୍ଚ କରାଯାଇଥିଲା । କିନ୍ତୁ ବିମାନରେ କିଛି ସଦିଗ୍ଧ ସାମଗ୍ରୀ ମିଳିନଥିଲା । ସେ କହିଛନ୍ତି, ଏହି ମାମଲାରେ ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Exit mobile version