Site icon ଆଜିକାଲି

ଆଇସିୟୁରୁ ବାହାରିଲେ ଋଷଭ ପନ୍ତ

ନୂଆଦିଲ୍ଲୀ : ଆଇସିୟୁରୁ ବାହାରିଲେ ଋଷଭ ପନ୍ତ । ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଭାରତୀୟ ଖେଳାଳି ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି । ତାଙ୍କୁ ଆଇସିୟୁରୁ ବାହାର କରାଯାଇ ସ୍ୱତନ୍ତ୍ର କ୍ୟାବିନ୍‌ରେ ରଖାଯାଇଛି । ଖୁବ୍‌ଶୀଘ୍ର ତାଙ୍କୁ ଡାକ୍ତରଖାନାରୁ ଘରକୁ ଯିବାକୁ ଅନୁମତି ମିଳିଯିବ ବୋଲି ଆଶା କରାଯାଉଛି ।

ଆଇସିୟୁରୁ ବାହାରିବା ପରେ ମଧ୍ୟ ପନ୍ତ ଏପର୍ଯ୍ୟନ୍ତ ଚଟାଣରେ ଗୋଡ ଲଗାଇ ନାହାନ୍ତି । ତେଣୁ ଯନ୍ତ୍ରଣାର ଗଭୀରତା ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣା ସମୟରେ ପନ୍ତଙ୍କ ଆଣ୍ଠୁ, ପାଦ, ପାଦ ଗଣ୍ଠି, ଆଙ୍ଗୁଳିରେ ଆଘାତ ଲାଗିଥିଲା । ଆଣ୍ଠୁର ୨ଟି ସ୍ଥାନରେ ଲିଗାମେଣ୍ଟ ଜନିତ ସମସ୍ୟା ରହିଥିବା ପ୍ରାଥମିକ ଚିକିତ୍ସାରୁ ଆଶଙ୍କା କରାଯାଉଛି । ଆଣ୍ଠୁର ଫୁଲା କମିନାହିଁ । ତେଣୁ ଏମ୍‌ଆରଆଇ ହୋଇପାରି ନାହିଁ । ଆଗାମୀ ୨/୩ ଦିନ ମଧ୍ୟରେ ଫୁଲା କମିଲେ ଗୋଡର ଏମ୍‌ଆରଆଇ କରାଯିବ । ଏମ୍‌ଆରଆଇ ରିପୋର୍ଟ ମିଳିବା ପରେ ଆଘାତ ସ୍ଥାନର ଅସ୍ତ୍ରୋପଚାର ହେବ କି ନାହିଁ ସ୍ପଷ୍ଟ ଚିତ୍ର ମିଳି ପାରିବ । ଅନ୍ୟପକ୍ଷରେ ପନ୍ତଙ୍କ ଚିକିତ୍ସାର ଅନୁଧ୍ୟାନ କରିବା ପାଇଁ ବିସିସିଆଇ ଏକ ଡାକ୍ତରୀ ଦଳ ଗଠନ କରିଛି । ଏହି ଡାକ୍ତରୀ ଦଳ ପନ୍ତ ଚିକିତ୍ସା ହେଉଥିବା ମାକ୍ସ ହସ୍ପିଟାଲ୍‌ର ଡାକ୍ତରଙ୍କ ସହ ନିୟମିତ ଯୋଗାଯୋଗରେ ରହିଛନ୍ତି ।

Exit mobile version