Site icon ଆଜିକାଲି

ପୁଣି ଥରେ ୟୁଏନ୍‌ଏସ୍‌ସି ଅଧ୍ୟକ୍ଷ ହେଲା ରୁଷ୍‌

ଜାତିସଂଘ : ପୁଣି ଥରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଅଧ୍ୟକ୍ଷ ହେଲା ରୁଷ୍‌ । ସାରା ବିଶ୍ବରେ ଯୁଦ୍ଧକୁ ନେଇ ରୁଷ୍‌କୁ ସମାଲୋଚନା କରାଯାଉ ଥିବାବେଳେ ବିଶ୍ବର ଶକ୍ତିଶାଳୀ ସଂସ୍ଥାର କମାଣ୍ଡ ରୁଷ୍‌ ହାତକୁ ଯିବା ଅନେକଙ୍କୁ ବିସ୍ମିତ କରିଛି। ରୁଷ୍‌ର ଅଧ୍ୟକ୍ଷତାକୁ ୟୁକ୍ରେନ୍‌ ଗତ କିଛି ଦିନ ହେଲା ତୀବ୍ର ବିରୋଧ କରି ଆସୁଛି।

ୟୁଏନ୍‌ଏସ୍‌ସିର ସମସ୍ତ ୧୫ ସଦସ୍ୟ ମାସେ ଲେଖାଏଁ ଏହାର ଅଧ୍ୟକ୍ଷ ରହିଥାଏ। ଏହି ଆଧାରରେ ଏବେ ରୁଷ୍‌ ହାତକୁ ଅଧ୍ୟକ୍ଷତା ଯାଇଛି। ଏହା ପୂର୍ବରୁ ଗତ ବର୍ଷ ଫେବୃଆରୀରେ ରୁଷ୍‌ ୟୁଏନଏସ୍‌ସିର ଅଧ୍ୟକ୍ଷ ଥିଲା। ଏହି ସମୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ୟୁକ୍ରେନ ଉପରେ ଆକ୍ରମଣ କରିଥିଲେ। ୟୁକ୍ରେନ୍‌ ଉପରେ ଚାଲିଥିବା ଏକ ଅଧିବେଶନରେ ପୁତିନ ସ୍ବତନ୍ତ୍ର ସୈନ୍ୟ ଅଭିଯାନ ପାଇଁ ଘୋଷଣା କରିଥିଲେ।

Exit mobile version