Site icon ଆଜିକାଲି

ଦିନିକିଆ ବିଶ୍ୱକପ ପାଇଁ ସଚିନ ତେନ୍ଦୁଲକର ଗ୍ଲୋବାଲ ଆମ୍ବାସଡର

ନୂଆଦିଲ୍ଲୀ: ଅକ୍ଟୋବର ୫ରୁ ଆରମ୍ଭ ହେଉଥିବା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଭାରତର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କୁ ଗ୍ଲୋବାଲ ଆମ୍ବାସଡର ଭାବେ ନିଯୁକ୍ତ କରିଛି।

ତେନ୍ଦୁଲକର ୬ଟି ବିଶ୍ୱକପରେ ଖେଳିଛନ୍ତି । ଆସନ୍ତା ଗୁରୁବାର ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ପୂର୍ବରୁ ସେ ବିଶ୍ୱକପ ଟ୍ରଫି ସହିତ ପଡ଼ିଆକୁ ଆସି ଟୁର୍ଣ୍ଣାମେଣ୍ଟ ଆରମ୍ଭ ନେଇ ଘୋଷଣା କରିବେ।

ତେନ୍ଦୁଲକର ଏଠାରେ ଜାରି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି, ୧୯୮୭ରେ ଜଣେ ବଲ୍ ବୟରୁ ୬ଟି ଟୁର୍ଣ୍ଣାମେଣ୍ଟରେ ଦେଶର ପ୍ରତିନିଧିତ୍ୱ କରିବା ପର୍ଯ୍ୟନ୍ତ ବିଶ୍ୱକପ ସର୍ବଦା ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସିଛି । ୨୦୧୧ରେ ବିଶ୍ୱକପ ଜିତିବା ମୋର କ୍ରିକେଟ୍ କ୍ୟାରିୟରର ସବୁଠୁ ଗର୍ବର ମୁହୂର୍ତ୍ତ ଥିଲା |

ସେ କହିଛନ୍ତି ଯେ ଏଭଳି ଏଲିଟ୍ ଦଳ ଏବଂ ଖେଳାଳି ଭାରତରେ ବିଶ୍ୱକପ୍‌ର କଡା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ଅଛନ୍ତି। ମୁଁ ଉତ୍ସାହର ସହିତ ଏହି ଚମତ୍କାର ଟୁର୍ଣ୍ଣାମେଣ୍ଟକୁ ଅପେକ୍ଷା କରିଛି | ବିଶ୍ୱକପ ପରି ବଡ଼ ପ୍ରତିଯୋଗିତା ଯୁବ ଖେଳାଳିଙ୍କୁ ପ୍ରେରଣା ଯୋଗାଏ | ମୁଁ ଆଶା କରୁଛି ଏଥର ଏହି ଟୁର୍ଣ୍ଣାମେଣ୍ଟ ଯୁବକ ଯୁବତୀ ଏବଂ ପିଲାମାନଙ୍କୁ କ୍ରୀଡ଼ା ସହ ଯୋଡ଼ି ହେବାକୁ ଏବଂ ନିଜ ଦେଶ ପାଇଁ ଶୀର୍ଷ ସ୍ତରରେ ପ୍ରତିନିଧିତ୍ୱ କରିବାକୁ ପ୍ରେରଣା ଯୋଗାଇବ। ”

Exit mobile version