Site icon ଆଜିକାଲି

ନାଗରିକଙ୍କ ସୁରକ୍ଷା ମୋର ପ୍ରାଥମିକତା: ଜଷ୍ଟିସ ଚନ୍ଦ୍ରଚୂଡ଼


ନୂଆଦିଲ୍ଲୀ : ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିବା ପରେ ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଦେଶ ସେବା କରିବା ମୋର ପ୍ରାଥମିକତା। ଟେକ୍ନୋଲୋଜିରେ ସୁଧାର ହେଉ ଅବା ରେଜିଷ୍ଟ୍ରି ସଂସ୍କାର କିମ୍ବା ନ୍ୟାୟିକ ସଂସ୍କାର ଦୃଷ୍ଟିରୁ ଆମେ ଭାରତର ସମସ୍ତ ନାଗରିକଙ୍କୁ ସୁରକ୍ଷା ଦେବୁ। ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବା ଆମର ପ୍ରାଥମିକତା ହେବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।

ସାମ୍ବିଧାନିକ ଅଧିକାରର ସୁରକ୍ଷା, ଏଲଜିବିଟିକ୍ୟୁ ସମ୍ପ୍ରଦାୟର ଅଧିକାର ତଥା ଅଭିବ୍ୟକ୍ତିର ସ୍ୱାଧୀନତା ସହ ଜଡିତ ନିଷ୍ପତ୍ତି ପାଇଁ ଜଣାଶୁଣା ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ ଗତ କିଛି ବର୍ଷ ମଧ୍ୟରେ ଜଷ୍ଟିସ୍ ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କର ମନ୍ତବ୍ୟ ଏବଂ ବ୍ୟାଖ୍ୟା କେବଳ ଆଇନଗତ ପରିସର ନୁହେଁ ଖବରକାଗଜ ତଥା ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ ଥର ତାଙ୍କ ନାମ ସୋସିଆଲ ମିଡିଆରେ ଟ୍ରେଣ୍ଡ ମଧ୍ୟ ହୋଇଛି ।

Exit mobile version