Site icon ଆଜିକାଲି

‘ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନସର ସିଜନ ୩’ର ବିଜେତା ହେଲେ ସମର୍ପଣ ଲାମା

ମୁମ୍ଵାଇ : ସୋନି ଟିଭିର ଲୋକପ୍ରିୟ ଡ୍ୟାନ୍ସ ରିଅଲିଟି ସୋ ‘ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନସର ସିଜନ ୩’ । ଏହି ଶୋ’ ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ କରିବା ସହ ଫାଇନାଲ୍ ଅନୁଷ୍ଠିତ ହୋଇଥିଲା । ଏହା ସହିତ ବିଜେତା ମଧ୍ୟ ଘୋଷଣା ହୋଇଥିଲା । ପୁଣେ ନିବାସୀ ସମରପର୍ଣ୍ଣ ଲାମା ଏହି ସିଜନର ଟ୍ରଫି ଜିତିଛନ୍ତି। ତାଙ୍କର ଅପୂର୍ବ ଡ୍ୟାନ୍ସ ଏବଂ କ୍ୟୁଟନେସ୍ ସହିତ ସେ କେବଳ ଜଜ୍‌ଙ୍କ ନୁହେଁ ବରଂ ଦେଶରେ ଲୋକଙ୍କ ହୃଦୟ ମଧ୍ୟ ଜିତିଥିଲେ।

ଶୋ’ର ଉଜ୍ଜ୍ୱଳ ସୁନ୍ଦର ଟ୍ରଫି ସହିତ ସେ ୧୫ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ପାଇଥିଲେ। ଏଥି ସହ ତାଙ୍କ କୋରିଓଗ୍ରାଫର ଭାବନା ଖଣ୍ଡୁଜାଙ୍କୁ ମଧ୍ୟ ଏହି ବିଜୟ ପାଇଁ ୫ଲକ୍ଷ ଟଙ୍କା ଚେକ୍ ଦିଆଯାଇଛି। ଏହି ଶୋ’ ହେଉଛି ଏକ ପ୍ଲାଟଫର୍ମ ଯେଉଁଠାରେ ବିଜେତାମାନଙ୍କ ସହିତ ସେମାନଙ୍କର କୋରିଓଗ୍ରାଫରମାନେ ମଧ୍ୟ ପରଫମାନ୍ସ ପାଇଁ ସମ୍ମାନିତ ହୁଅନ୍ତି ।

ଏହି ଫାଇନାଲ୍ ସମରପର୍ଣ୍ଣ ଲାମା, ଶିବାନ୍‌ସୁ ସୋନି, ଅଞ୍ଜଳି ମମଗଇ, ଭିପୁଲ୍ କାଣ୍ଡପାଲ ଏବଂ ଅନିକେତ୍‌ ଚୌହାନ ମଧ୍ୟ ଶ୍ରେଷ୍ଠ ୫ ପ୍ରତିଯୋଗୀ ହୋଇଥିଲେ। ଅଞ୍ଜଳି ମମଗାଇ ପ୍ରଥମ ରନର୍ ଅପ୍ ହୋଇଥିବାବେଳେ ଶିବାନ୍‌ସୁ ସୋନି ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ । ଏହି ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ସମରପର୍ଣ୍ଣ ବିଜେତା ହୋଇଥିଲେ।

Exit mobile version