Site icon ଆଜିକାଲି

ସମଲିଙ୍ଗୀ ବିବାହ ମାମଲା: ସମ୍ବିଧାନ ପୀଠ କରିବ ଶୁଣାଣି



ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ସଂକ୍ରାନ୍ତ ଆବେଦନକୁ ସୁପ୍ରିମକୋର୍ଟ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠକୁ ପଠାଇଛନ୍ତି । କୋର୍ଟ କହିଛନ୍ତି ଏହି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ ନରସିଂହା ଏବଂ ଜଷ୍ଟିସ୍ ଜେବି ପାରଦୀୱାଲାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଗୋଟିଏ ପଟେ ସାମ୍ବିଧାନିକ ଅଧିକାର ଓ ଅନ୍ୟ ପଟେ ସ୍ୱତନ୍ତ୍ର ବିବାହ ଆଇନ ସହ ସ୍ୱତନ୍ତ୍ର ଆଇନ କାର୍ଯ୍ୟକାରିତା ମଧ୍ୟରେ ଅନ୍ତଃକ୍ରିୟା ଏହି ମାମଲା ସହ ଜଡ଼ିତ।

ଖଣ୍ଡପୀଠ କହିଛନ୍ତି, ଆମ ମତ ହେଉଛି ଯଦି ଏହି ପ୍ରସଙ୍ଗକୁ ସମ୍ବିଧାନର ଅନୁଚ୍ଛେଦ ୧୪୫ (୩) ଅନୁଯାୟୀ ପାଞ୍ଚ ଜଣିଆ ଖଣ୍ଡପୀଠ ଫଏସଲା କରନ୍ତି, ତେବେ ଠିକ୍ ହେବ । ତେଣୁ ଆମେ ପାଞ୍ଚ ଜଣିଆ ବିଚାରପତିଙ୍କୁ ନେଇ ସମ୍ବିଧାନ ପୀଠକୁ ଏହି ମାମଲା ପଠାଇବାକୁ ନିର୍ଦ୍ଦେଶ ଦେଉଛୁ।

ସୁପ୍ରିମକୋର୍ଟ ଏପ୍ରିଲ ୧୮ରେ ଏହି ମାମଲାର ଶୁଣାଣି କରିବେ । କୋର୍ଟ କହିଛନ୍ତି ଯେ ଶୁଣାଣିର ଲାଇଭ୍ ଷ୍ଟ୍ରିମିଂ ହେବ |

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପୂରା ସମାଜ ଉପରେ ପ୍ରଭାବ ପକାଇବା ସମ୍ଭାବନା ଥିବାରୁ ଉଭୟ ପକ୍ଷର ଯୁକ୍ତିକୁ କାଣ୍ଟ୍ ଛାଣ୍ଟ୍ ନକରିବାକୁ କେନ୍ଦ୍ର ତରଫରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ନିବେଦନ କରିଛନ୍ତି ।

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତାକୁ କେନ୍ଦ୍ର ବିରୋଧ କରିଛି। କେନ୍ଦ୍ର ଯୁକ୍ତି କରିଛି ଯେ ଏହା (ସମଲିଙ୍ଗୀ ବିବାହକୁ ମାନ୍ୟତା) ପର୍ସନାଲ ଲ’ ଏବଂ ଗୃହୀତ ସାମାଜିକ ମୂଲ୍ୟବୋଧ ମଧ୍ୟରେ ଥିବା ନୈତିକ ସନ୍ତୁଳନକୁ “ସଂପୂର୍ଣ୍ଣ ଧ୍ବଂସ” କରିଦେବ |

Exit mobile version