Site icon ଆଜିକାଲି

ଅଷ୍ଟ୍ରେଲିଆନ ଓପନ ମିକ୍ସଡ ଡବଲ୍ସରେ ରନର ଅପ୍ ସହ ସାନିଆଙ୍କ ଗ୍ଲାଣ୍ଡସ୍ଲାମ କ୍ୟାରିୟର ଶେଷ

ମେଲବୋର୍ଣ୍ଣ: ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ଓ ରୋହନ ବୋପାନ୍ନାଙ୍କ ଯୋଡି ଅଷ୍ଟ୍ରେଲିଆନ ଓପନର ମିକ୍ସଡ ଡବଲ୍ସ ଫାଇନାଲରେ ହାରିଯାଇଛନ୍ତି।

ସାନିଆ-ବୋପାନ୍ନା ବ୍ରାଜିଲର ଯୋଡି ରାଫେଲ ମ୍ୟାଟୋସ ଏବଂ ଲୁଇସା ଷ୍ଟେଫାନିଙ୍କ ଠାରୁ ୬-୭, ୨-୬ରେ ପରାସ୍ତ ହୋଇଥିଲେ । ସାନିଆ ମିର୍ଜାଙ୍କ କ୍ୟାରିୟରର ଏହା ଥିଲା ଶେଷ ଗ୍ଲାଣ୍ଡସ୍ଲାମ । ଫାଇନାଲ ପରେ ସେ ଭାବବିହ୍ବଳ ହୋଇଯାଇଥିଲେ ।

ଛଅ ଗ୍ରାଣ୍ଡସ୍ଲାମ ଟାଇଟଲର ବିଜୟିନୀ ସାନିଆ ଫେବୃଆରୀ ୧୯ରୁ ଦୁବାଇରେ ଆରମ୍ଭ ହେବାକୁ ଥିବା ଡବ୍ଲୁଟିଏ ୧୦୦୦ ଟେନିସ୍ ଚାମ୍ପିଅନସିପରେ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ ଏବଂ ଏହା ପରେ ଟେନିସରୁ ଅବସର ନେବେ । ୨୦୧୪ରେ ବ୍ରୁନୋ ସୋରେସଙ୍କ ସହ ସାନିଆ ମିର୍ଜା ତାଙ୍କର ଶେଷ ମିକ୍ସଡ ଡବଲ୍ସ ଟାଇଟଲ୍ ଜିତିଥିଲେ ।

Exit mobile version