Site icon ଆଜିକାଲି

ଆହୁରି ଅନେକ ଦଳ ଏନଡିଏ ଛାଡ଼ିବେ: ସଞ୍ଜୟ ରାଉତ

ନୂଆଦିଲ୍ଲୀ: ବିଜେପି ସହ ଏଆଇଏଡିଏମକେ ସମ୍ପର୍କ ଛିନ୍ନ କରିବା ପରେ ଶିବସେନା (ଉଦ୍ଧବ)ର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ପ୍ରତିକ୍ରିୟା ରଖିଛନ୍ତି । ଆଗକୁ ଆହୁରି ଅନେକ ଦଳ ଏନଡିଏ ଛାଡ଼ିବେ। ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଡୁବି ଯିବ ବୋଲି ରାଉତ କହିଛନ୍ତି ।

ସଞ୍ଜୟ ରାଉତ କହିଛନ୍ତି, “ଯେଉଁ ଏନଡିଏରେ ଶିବସେନା ଏବଂ ଅକାଳି ଦଳ ନାହାଁନ୍ତି ତାହା ଏନଡିଏ ନୁହେଁ। ଶିବସେନା ଏବଂ ଅକାଳି ଦଳ ଏନଡିଏର ପ୍ରକୃତ ବଳ ଥିଲେ । ଅନ୍ୟ ସବୁ ଦଳ ଆସୁଥିଲେ ଯାଉଥିଲେ। କିନ୍ତୁ ଶିବସେନା ଓ ଅକାଳି ୨୫-୨୫ ବର୍ଷ ଏନଡିଏରେ ରହିଥିଲେ।

କେବଳ ଏଆଇଏଡିଏମକେ ନୁହେଁ ଆହୁରି ଅନେକ ଲୋକ (ଏନଡିଏର ଅନ୍ୟ ସହଯୋଗୀ ଦଳ) ମଧ୍ୟ ବିଜେପିକୁ ଛାଡିଦେବେ । ୨୦୨୪ ପୂର୍ବରୁ ବିଜେପି ମଧ୍ୟ ବୁଡ଼ିବ। ”

ରାଉତ କହିଛନ୍ତି, ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଗଠନ ପରେ ହିଁ ଶାସକ ବିଜେପିର ଏନଡିଏ କଥା ମନେ ପଡ଼ିଥିଲା ।

ସେ କହିଛନ୍ତି, “ଯେତେବେଳେ ଆମେ ‘ଇଣ୍ଡିଆ’ ମେଣ୍ଟ ଗଠନ କଲୁ, ସେତେବେଳେ ବିଜେପିକୁ ଏନଡିଏ କଥା ମନେ ପଡ଼ିଥିଲା । ସେପର୍ଯ୍ୟନ୍ତ ବିଜେପି ପାଇଁ ‘ମୋଦୀ ହିଁ ଯଥେଷ୍ଟ … ‘ ଥିଲେ । ଏବେ ଏନଡିଏ ବହୁତ ଦୁର୍ବଳ ହୋଇପଡ଼ିଛି । ୨୦୨୪ ନିର୍ବାଚନରେ ବିଜେପିର ପରାଜୟ ନିଶ୍ଚିତ ବୋଲି ସେ କହିଛନ୍ତି ।

Exit mobile version