Site icon ଆଜିକାଲି

ଆଉ ୧୪ ଦିନ ବଢ଼ିଲା ସଞ୍ଜୟ ରାଉତଙ୍କ ହାଜତ ମିଆଦ

ମୁମ୍ବାଇ : ବଢ଼ିଲା ସଞ୍ଜୟ ରାଉତଙ୍କ ହାଜତ ମିଆଦ। ପାତ୍ରା ଚଲ୍ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଆଉ ୧୪ ଦିନ ବୃଦ୍ଧି କରାଯାଇଛି। ବର୍ତ୍ତମାନ ରାଉତଙ୍କ ଜାମିନ ଆବେଦନ ସେପ୍ଟେମ୍ବର ୨୧ରେ ଶୁଣାଣି ହେବ।

ସୂଚନା ଅନୁଯାୟୀ କୋର୍ଟଙ୍କ ନିର୍ଦ୍ଦେଶରେ ସୋମବାର ଇଡି ଅଧିକାରୀମାନେ ଚାର୍ଜସିଟର କପି ସଞ୍ଜୟ ରାଉତଙ୍କୁ ହସ୍ତାନ୍ତର କରିଛନ୍ତି। ଦୁଇ ଦିନ ପୂର୍ବେ ସଞ୍ଜୟ ରାଉତଙ୍କ ଜାମିନ ଆବେଦନକୁ ଇଡି ବିରୋଧ କରିଥିଲା। ଇଡି କହିଥିଲା ଯେ ପାତ୍ରା ଚାଲ୍ ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ରାଉତ ବଡ଼ ହାତ ରହିଛି ।

ମହାରାଷ୍ଟ୍ର ଆବାସିକ ଓ ଆଞ୍ଚଳିକ ବିକାଶ ପ୍ରାଧିକରଣ (ଏମ୍ଏଚ୍ଏଡିଏ) ୨୦୦୮ ମସିହାରେ ପାତ୍ରା ଚଲ୍ ର ପୁନଃ ବିକାଶ ପାଇଁ ଗୁରୁ ଆଶିଷ କନଷ୍ଟ୍ରକସନ ପିଭି ଲିମିଟେଡ ନାମକ କମ୍ପାନୀକୁ ଦାୟିତ୍ବ ଦିଆଯାଇଥିଲା । ଟେଣ୍ଡର ଅନୁଯାୟୀ ନିର୍ମାଣକାରୀ କମ୍ପାନୀ ୬୭୨ ଫ୍ଲାଟ ନିର୍ମାଣ କରିବାର ଥିଲା ଏବଂ କିଛି ଫ୍ଲାଟ ମଧ୍ୟ ଏମ୍ଏଚ୍ଏଡିଏକୁ ଦିଆଯିବାର ଥିଲା । କମ୍ପାନୀ ଅବଶିଷ୍ଟ ଜମିକୁ ଘରୋଇ ଠିକାଦାରଙ୍କୁ ବିକ୍ରି କରିବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ ୧୪ ବର୍ଷ ପରେ ମଧ୍ୟ କମ୍ପାନୀ ପାତ୍ରା ଚାଲ୍ ବିକଶିତ କରି ନ ଥିବାରୁ ଭଡାଟିଆ ଫ୍ଲାଟ ପାଇନଥିଲେ । ଅଭିଯୋଗ ହୋଇଛି ଯେ କମ୍ପାନୀ ସମଗ୍ର ଜମିକୁ ଅନ୍ୟ ବିଲଡରମାନଙ୍କୁ କୋଟି କୋଟି ଟଙ୍କାରେ ବିକ୍ରି କରିଥିଲା।

FacebookTwitterLinkedinWhatsapp
Exit mobile version