Site icon ଆଜିକାଲି

ଆଜି ଠାରୁ ଆରମ୍ଭ ହେବ ସନ୍ତୋଷ ଟ୍ରଫି

ନୂଆଦିଲ୍ଲୀ : ଆଜି ଠାରୁ ଆରମ୍ଭ ହେବ ସନ୍ତୋଷ ଟ୍ରଫି । ଭୁବନେଶ୍ୱରରେ ଖେଳାଯିବାକୁ ଥିବା ସନ୍ତୋଷ ଟ୍ରଫି ପାଇଁ ଲଞ୍ଚ ହେଲା ଓଡିଶା ଫୁଟବଲ ଟିମର ଜର୍ସି । ଓଡିଶାର କ୍ରୀଡା ସଚିବ ଆର. ଭିନୀଲ କ୍ରିଷ୍ଣା, ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ଏକ୍ସଜିକ୍ୟୁଟିଭ ମେମ୍ବର ଅଭିଜିତ ପାଲ, ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ମହାସଚିବ ପ୍ରଭାକରନ ପ୍ରମୁଖ ଯୋଗ ଦେଇ ଏହାକୁ ଲଞ୍ଚ କରିଛନ୍ତି। ପଞ୍ଚମ ଥର ପାଇଁ ୧୨ ଟି ଦଳକୁ ନେଇ ଓଡିଶା ହୋଷ୍ଟ କରିବାକୁ ଯାଉଛି ସନ୍ତୋଷ ଟ୍ରଫି ୨୦୨୨-୨୩। ଏହା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ, କ୍ୟାପିଟାଲ ସ୍ପୋର୍ଟ୍ସ ଏରୀନା ଏବଂ ସେଭେନଥ ବାଟାଲିୟନ ଗ୍ରାଉଣ୍ଡରେ ଖେଳାଯିବ। ୧୦ ଟିମ କ୍ୱାଲିଫାଏ ହୋଇକି ଆସିଥିବା ବେଳେ ରେଲୱେ ଏବଂ ସର୍ଭିସେସ ସିଧାସଳଖ କ୍ୱାଲିଫାଏ କରି ଏହି ଟୁର୍ନାମେଣ୍ଟରେ ସାମିଲ ହୋଇଛନ୍ତି।

ପ୍ରଥମ ଥର ପାଇଁ ଏହି ଟୁର୍ନାମେଣ୍ଟର ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ଭାରତ ବାହାରେ ସାଉଦି ଆରବରେ ଖେଳାଯିବ। ଏହି ମ୍ୟାଚ ଗୁଡିକ ରିଆଦର କିଙ୍ଗ ଫାୟାର ଇଣ୍ଟରନେସନାଲ ଷ୍ଟାଡିଅମରେ ଖେଳାଯିବ। ଆଗାମୀ ଦିନରେ ଦେଶର ଫୁଟବଲ କିପରି ବିକାଶ ହେବ ଏବଂ ଅଧିକରୁ ଅଧିକ ପିଲା କିପରି ଏହି କ୍ରୀଡା ପ୍ରତି ଆଗ୍ରହ ପ୍ରକାଶ କରିବେ ବୋଲି ଏଆଇଏଫଏଫର ସଦସ୍ୟମାନେ କହିଛନ୍ତି ।

Exit mobile version