Site icon ଆଜିକାଲି

ମହାକାଲେଶ୍ଵର ସହ ଇନ୍ଦୋରର ଗଣେଷ ମନ୍ଦରିର ଦର୍ଶନ କଲେ ସାରା, ସେୟାର କଲେ ଫଟୋ

ମୁମ୍ଵାଇ : ସାରା ଅଲି ଖାନ ଏବଂ ଭିକି କୌଶଲଙ୍କ ଅଭିନୀତ ‘ଜରା ହଟକେ ଜରା ବଚକେ’ ରିଲିଜ ହେବା ଦିନଠାରୁ ପ୍ରେକ୍ଷାଳୟରେ ଭଲ ପ୍ରଦର୍ଶନ କରିଆସୁଛି। ଏହି ଚଳଚ୍ଚିତ୍ରଟି ଲଭ କମେଡି ଉପରେ ଆଧାରିତ, ଯେଉଁଥିରେ ଉଭୟଙ୍କ କେମେଷ୍ଟ୍ରି ଏବଂ କମେଡିକୁ ପସନ୍ଦ କରାଯାଉଛି। ଫିଲ୍ମଟି ବର୍ତ୍ତମାନ ଭଲ କଲେକ୍ସନ୍ କରୁଛି । ଏହି ଚଳଚ୍ଚିତ୍ର ପ୍ରତି ଅଶେଷ ପ୍ରେମ ପାଇବା ପରେ ସାରା ଭଗବାନଙ୍କୁ ଧନ୍ୟବାଦ ଦେବା ପାଇଁ ଉଜୈନରେ ପହଞ୍ଚିଥିଲେ।

ସାରା ଅଲି ଖାନ ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ଉଜୈନର ମହାକଲେଶ୍ଵର ମନ୍ଦିରରେ ପୂଜା କରିଥିଲେ। ଯାହାକୁ ନେଇ ଅନେକ ଟ୍ରୋଲ ହେବାକୁ ପଡିଥିଲା। କିନ୍ତୁ ଏବେ ପୁଣି ଥରେ ସାରା ମହାକଲେଶ୍ଵର ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟରେ ଅଭିନେତ୍ରୀ ଗୋଲାପୀ ରଙ୍ଗର ସାରି ପିନ୍ଧିଥିଲେ।ସାରା ସନ୍ଧ୍ୟା ଆରତୀ ପରେ ଭଗବାନ ମହାକାଲେଶ୍ଵରଙ୍କୁ ପୂଜା କରିବା ସହ ତାଙ୍କର ଅଭିଷେକ କରିଥିଲେ।

ଏହା ପରେ ସେ ମହାକଲେଶ୍ଵରରେ ଅବସ୍ଥିତ କୋଟିରିଥା କୁଣ୍ଡ ପରିଦର୍ଶନ କରିଥିଲେ। ଉଜୈନରେ ଦର୍ଶନ ପରେ ସାରା ଇନ୍ଦୋରକୁ ଯାଇଥିଲେ। ସେଠାରେ ସେ ଗଣେଶ ମନ୍ଦିର ପରିଦର୍ଶନ କରିଥିଲେ। ଯାହାର ଫଟୋ ସାରା ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

FacebookTwitterLinkedinWhatsapp
Exit mobile version