Site icon ଆଜିକାଲି

ଜେଲରେ ଜନମଞ୍ଚ କରୁଛନ୍ତି ସତ୍ୟୈନ୍ଦ୍ର ଜୈନ, ଭିଡିଓ ଭାଇରାଲ


ନୂଆଦିଲ୍ଲୀ: ଘୋଟାଲା ଓ ମନି ଲଣ୍ଡ୍ରିଂ ମାମଲାରେ ଦିଲ୍ଲୀର ତିହାର ଜେଲରେ ସଜା କାଟୁଛନ୍ତି ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ଆପ୍ ବିଧାୟକ ସତ୍ୟୈନ୍ଦ୍ର ଜୈନ। ସେ ରହୁଥିବା କୋଠରୀର ଭିଡିଓ ଏବେ ବେଶ କିଛି ଦିନ ହେଲା ଚର୍ଚ୍ଚାରେ ରହିଛି। ତେବେ ଏହି ଭିଡିଓ ବାଦ-ବିବାଦ ମଧ୍ୟରେ ପୁଣି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଜେଲରେ ରହୁଥିବା ସେଲ୍ ମଧ୍ୟରେ କିଛି ଲୋକଙ୍କ ସହ କଥାବାର୍ତ୍ତା କରୁଥିବା ନଜର ଆସୁଛି। ଏହି ଭିଡିଓରେ ଜେଲର ସୁପରିଟେଣ୍ଡଣ୍ଟ ଅଜିତ କୁମାରଙ୍କୁ ବି ସତ୍ୟୈନ୍ଦ୍ର ଜୈନଙ୍କ ସହ କଥାବାର୍ତ୍ତା ହେଉଥିବାର ନଜିର ରହିଛି। ତେବେ ଏହି ମାସର ପ୍ରଥମରୁ ହିଁ ଜେଲର ସୁପରିଟେଣ୍ଡଣ୍ଟଙ୍କୁ ଏହି ଖାମଖିଆଲି କାମ ଯୋଗୁଁ ସସପେଣ୍ଡ କରାଯାଇଥିବା ସୂଚନା ରହିଛି। 

କୁହାଯାଉଛି ଯେ, ସତ୍ୟୈନ୍ଦ୍ର ଜୈନଙ୍କ ଏହି ନୂଆ ଭିଡିଓକୁ ଦିଲ୍ଲୀର ଭାଜପା ନେତା ହରିଷ ଖୁରାନା ନିଜର ଟ୍ୱିଟର ଆକାଉଣ୍ଟରେ ଅପଲୋଡ କରିଛନ୍ତି। ଏହି ଭିଡିଓ କ୍ୟାପସନରେ ସେ ଲେଖିଛନ୍ତି, ହେଇ ନିଅ ନୂଆ ଭିଡିଓ ସଚ୍ଚୋଟ ମନ୍ତ୍ରୀଙ୍କର । ଜେଲ ମନ୍ତ୍ରୀଙ୍କ ଦରବାରରେ ରାତି ୮ଟାରେ ସୁପରିଟେଣ୍ଡଣ୍ଟଙ୍କ ହାଜିରା । ଏଠାରେ କହିରଖୁଛୁ ଯେ, ଏହା ପୂର୍ବରୁ ବି ତିହାର ଜେଲରେ ନାବାଳିକାକୁ ଦୁଷ୍କର୍ମ କରି ସଜା କାଟୁଥିବା ଅପରାଧୀ ଠାରୁ ମସାଜ ନେଉଥବା ମନ୍ତ୍ରୀଙ୍କ ଭିଡିଓ ଭାଇରାଲ ହୋଇଥିଲା । 

ଆଉ ଏହି ଭିଡିଓ ଭାଇରାଲ ପରେ ବିଜେପି ଦିଲ୍ଲୀରେ ଆପକୁ ଜୋରଦାର କାଉଣ୍ଟର କରିବାରେ ଲାଗିଛି। ମାତ୍ର ସେତେବେଳେ ଆପ୍ ଏହାକୁ ଏକ ଚିକିତ୍ସା ପଦ୍ଧତି ଫିଜିଓଥେରାପି କହି ବିବାଦକୁ ଶାନ୍ତ କରିବାକୁ ଆପ୍ରାଣ ଚେଷ୍ଟା କରିଥିଲା। ଖବର ଅନୁଯାୟୀ, ଗତ ଶନିବାରରେ ଆପ୍ ସେହି ସମୟରେ ବିବାଦ ଘେରକୁ ଆସିଯାଇଥିଲା। ଏଠାରେ କହିରଖୁଛୁ ଯେ, ମନିଲଣ୍ଡ୍ରିଂ କେସରେ ଗତ ୫ ମାସ ହେଲା ଜେଲରେ ଅଛନ୍ତି ଆପ ବିଧାୟକ ସତ୍ୟୈନ୍ଦ୍ର ଜୈନ। 

Exit mobile version