Site icon ଆଜିକାଲି

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ଟାର୍ଗେଟ୍ କଲେ ସତ୍ୟପାଲ ମଲିକ, ପୁଲୱାମା ଘଟଣାକୁ ନେଇ ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ । ସେ ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ନ୍ୟୁଜ୍ ୱେବସାଇଟ୍ ‘ଦି ୱାୟାର’କୁ ଦେଇଥିବା ଏକ ସାକ୍ଷାତକାରରେ ମଲିକ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୁର୍ନୀତି ପ୍ରତି ବିଶେଷ ଘୃଣା ନାହିଁ। ମଲିକ ଆହୁରି ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଏକ ବଡ଼ ଭୁଲ୍ ଯୋଗୁଁ ଫେବୃଆରୀ ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ହୋଇଥିଲା।

ମଲିକ କହିଛନ୍ତି, କେନ୍ଦ୍ର ଗୃହ ମନ୍ତ୍ରାଳୟର ଭୁଲ୍ ପାଇଁ ଫେବୃଆରୀ ୨୦୧୯ରେ ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ଘାତକ ଆକ୍ରମଣ ହୋଇଥିଲା । ଯବାନଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା କାହିଁକି କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ତାଙ୍କୁ ଏହି ଆତଙ୍କବାଦୀ ଘଟଣା ଉପରେ କିଛି କହିବାକୁ ମନା କରାଯାଇଥିଲା ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କାଶ୍ମୀର ବିଷୟରେ କିଛି ଜାଣନ୍ତି ନାହିଁ ବୋଲି ମଧ୍ୟ ମଲିକ ଦାବି କରିଛନ୍ତି। କାଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ଦ୍ୱନ୍ଦ୍ୱରେ ଅଛନ୍ତି । କାଶ୍ମୀର ବିଷୟରେ ତାଙ୍କର କୌଣସି ଜ୍ଞାନ ନାହିଁ ବୋଲି ମଲିକ କହିଛନ୍ତି ।

ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ରଦ୍ଦ ହେବା ପୂର୍ବରୁ ଜମ୍ମୁ-କାଶ୍ମୀରର ଶେଷ ରାଜ୍ୟପାଳ ଥିବା ସତ୍ୟପାଲ ମଲିକ ଏହି ସାକ୍ଷାତକାରରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଦୁର୍ନୀତିକୁ ସେପରି ଘୃଣା କରନ୍ତି ନାହିଁ ।

ସତ୍ୟପାଲ ମଲିକ ଫେବୃଆରୀ ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଏବଂ ସେହି ବର୍ଷ ଅଗଷ୍ଟରେ ଧାରା ୩୭୦ ରଦ୍ଦ ହେବା ସମୟରେ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଥିଲେ। ସେ ବିହାର, ଗୋଆ ଏବଂ ମେଘାଳୟର ମଧ୍ୟ ରାଜ୍ୟପାଳ ରହିଥିଲେ ।

Exit mobile version