Site icon ଆଜିକାଲି

ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଆକଳନ ହ୍ରାସ କଲା ଏସବିଆଇ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ)ର ମୁଖ୍ୟ ଅର୍ଥନୀତିଜ୍ଞ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଆକଳନ ୭.୫ ପ୍ରତିଶତରୁ ୬.୮ ପ୍ରତିଶତକୁ ହ୍ରାସ କରିଛନ୍ତି। ପ୍ରଥମ ତ୍ରୈମାସିକରେ ଅଭିବୃଦ୍ଧି ହାର ଆକଳନଠାରୁ କମ୍ ରହିଥିବାରୁ ଏସବିଆଇ ଏପରି ପୂର୍ବାନୁମାନ କରିଛି। ତେବେ ଏସବିଆଇ ଗ୍ରୁପ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ପରାମର୍ଶଦାତା ସୌମ୍ୟକାନ୍ତି ଘୋଷ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ଅଭିବୃଦ୍ଧି ହାର ବଢ଼ିବ ବୋଲି ଆକଳନ କରିଛନ୍ତି।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) କହିଛି ଯେ ଉତ୍ପାଦନ କ୍ଷେତ୍ରର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଭାରତୀୟ ଅର୍ଥନୀତି ୧୩.୫ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଏପ୍ରିଲରୁ ଜୁନ୍ ମଧ୍ୟରେ ଏହି କ୍ଷେତ୍ରର ଅଭିବୃଦ୍ଧି ହାର ମାତ୍ର ୪.୮ ପ୍ରତିଶତ ଥିଲା। ପ୍ରଥମ ତ୍ରୈମାସରେ ଭାରତର ଅର୍ଥନୀତି ୧୫.୭ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଘୋଷ ତାଙ୍କ ପୂର୍ବ ଆକଳନରେ କହିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସର୍ବୋଚ୍ଚ ଅଭିବୃଦ୍ଧି ୧୬.୭ ପ୍ରତିଶତ ରହିବ ବୋଲି ଆକଳନ କରିଥିଲା।

ଘୋଷ କହିଛନ୍ତି ଯେ ଜିଡିପି ଆକଳନ ତଥ୍ୟ ସାମ୍ନାକୁ ଆଣିବା ଅପେକ୍ଷା ଅଧିକ ଲୁଚାଇଥାଏ। ଇଣ୍ଡେକ୍ସ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ପ୍ରଡକ୍ସନ୍ (ଆଇଆଇପି) ଏବଂ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ଆକଳନ ପାଇଁ ସର୍ଭେ କରାଯାଇଥିବା ଆଇଟମଗୁଡିକର ସମୀକ୍ଷା କରିବାକୁ ସେ ଦାବି କରିଛନ୍ତି।

Exit mobile version