Site icon ଆଜିକାଲି

ଏସବିଆଇ ଜାରି କଲା ସାର୍ଲୁକାର, ୨୦୦୦ ଟଙ୍କିଆ ପରିବର୍ତ୍ତନ ପାଇଁ ଦରକାର ପଡ଼ିବ ନାହିଁ ପ୍ରମାଣପତ୍ର

ନୂଆଦିଲ୍ଲୀ: ବିନା ପ୍ରମାଣପତ୍ରରେ ବଦଳାଇ ପାରିବେ ୨୦୦୦ ଟଙ୍କିଆ ନୋଟ୍। ବିନା କୌଣସି ପରିଚୟ ପତ୍ରରେ ଦେଶର ସବୁଠାରୁ ବଡ଼ ନୋଟକୁ ବଦଳାଇ ପାରିବେ । ଏନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସବିଆଇ) ଏକ ସାର୍କୁଲାର ଜାରି କରିଛି ।

ଏସବିଆଇ ସାର୍କୁଲାର ମୁତାବକ ଜଣେ ବ୍ୟକ୍ତି ଥରକେ ୨୦ହଜାର ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ । ୨୦୦୦ ଟଙ୍କିଆ ନୋଟ୍ ଅଚଳ ଘୋଷଣା ହେବା ପରେ ଲୋକଙ୍କ ମନରେ ଆଶଙ୍କା ଦେଖାଦେଇଥିଲା । ଏହି ନୋଟ୍ ବଦଳାଇବାକୁ ପରିଚୟ ପ୍ରମାଣ ପତ୍ର ସହିତ ଫର୍ମ ପୂରଣ କରିବାକୁ ପଡ଼ିବ ବୋଲି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ତେବେ ଏହି ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପକାଇଛି ଏସବିଆଇ । ଏନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏକ ସାର୍କୁଲାର ଜାରି କରିଛି । ଏଥିରେ ୨୦୦୦ ଟଙ୍କିଆ ବଦଳାଇବା ଏବଂ ଡିପୋଜିଟ୍ କୌଣସି ପ୍ରମାଣ ଦେବାକୁ ପଡ଼ିବ ନାହିଁ ବୋଲି କୁହାଯାଇଛି ।

Exit mobile version