Site icon ଆଜିକାଲି

ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଝଟକା ।ସୁପ୍ରିମକୋର୍ଟରୁ ମିଳିଲାଣି ଆଶ୍ବସ୍ତି । କୋର୍ଟ ତାଙ୍କ ଜାମିନ ଆବେଦନ ଶୁଣିବାକୁ ମନା କରିଦେଇଛନ୍ତି ‌। ସିସୋଦିଆଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଛନ୍ତି ସୁପ୍ରିମକୋର୍ଟ। ଏହା ପରେ ସିସୋଦିଆଙ୍କ ଓକିଲ ସୁପ୍ରିମକୋର୍ଟରେ ଦାଖଲ ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି ।

ସିସୋଦିଆଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏ ପର୍ଯ୍ୟାୟରେ ତାଙ୍କ ପିଟିସନର ଶୁଣାଣି କରିପାରିବେ ନାହିଁ । ସିସୋଦିଆ ହାଇକୋର୍ଟ ଯାଆନ୍ତୁ ।

ସିସୋଦିଆଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ତାଙ୍କୁ ସିବିଆଇ ରିମାଣ୍ଡରେ ନେବାକୁ ବିରୋଧ କରିଥିଲେ। ସିଂଘଭି କହିଥିଲେ ଯେ ତଦନ୍ତରେ ସେ ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ସେ ଦେଶଛାଡି ଯିବା ସମ୍ଭାବନା ମଧ୍ୟ ନାହିଁ । ତେଣୁ ତାଙ୍କୁ ଗିରଫ କରାଯିବା ଉଚିତ ନୁହେଁ ।

ସୂଚନା ଯେ, ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ୮ ଘଣ୍ଟା ଜେରା ପରେ ସିବିଆଇ ରବିବାର ତାଙ୍କୁ ଗିରଫ କରିଥିଲା । ସୋମବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ କୋର୍ଟ ପାଞ୍ଚ ଦିନିଆ ସିବିଆଇର ରିମାଣ୍ଡରେ ପଠାଇଥିଲେ।ସିସୋଦିଆଙ୍କ ଗିରଫ ପ୍ରତିବାଦରେ ଆପ୍ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।

Exit mobile version