Site icon ଆଜିକାଲି

ଆଜିଠୁ ଦିଲ୍ଲୀରେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ସ୍ଥିତିରେ ସମାନ୍ୟ ସୁଧାର । ପ୍ରଦୂଷଣ ମାତ୍ରା ହ୍ରାସ ପାଇବାରୁ ବୁଧବାର ଠାରୁ ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଟ୍ରକ ଓ ଅନ୍ୟାନ୍ୟ ଗାଡ଼ିର ପ୍ରବେଶ ଉପରେ ଲାଗିଥିବା କଟକଣା ମଧ୍ୟ ଦିଲ୍ଲୀ ସରକାର ଉଠାଇ ଦେଇଛନ୍ତି। ତେବେ ଘରୋଇ ଉଚ୍ଛେଦ ଓ ନିର୍ମାଣ କାମ ପୂର୍ବଭଳି ଦିଲ୍ଲୀରେ ବନ୍ଦ ରହିବ ବୋଲି ପରିବେଶ ମନ୍ତ୍ରୀ ଗୋପାଳ ରାଏ ସୂଚନା ଦେଇଛନ୍ତି।

ଏହାବାଦ ସ୍କୁଲ ଗୁଡ଼ିକୁ ସେମାନଙ୍କ ବାହାର କାର୍ଯ୍ୟକ୍ରମ ବନ୍ଦ ରହିବାକୁ କୁହାଯାଇଛି। ସେହିପରି ୱାର୍କ ଫର୍ମ ହୋମ ନୀତିକୁ ଦିଲ୍ଲୀ ସରକାର ପୁଣି କାର୍ଯ୍ୟକାରୀ କରିଛନ୍ତି। ସେହିପରି ପରିବେଶ ଉଯଯୋଗୀ ବସ୍‌ ସେବା ଚାଲୁ ରହିବ। ସିଏନଜି ଦ୍ୱାରା ଚାଲୁଥିବା ୫୦୦ ଘରୋଇ ବସ୍‌ ମଧ୍ୟ ରାଜଧାନୀରେ ଲୋକଙ୍କୁ ସେବା ଯୋଗାଇ ଦେବ।

ଅନ୍ୟପକ୍ଷରେ ଦିଲ୍ଲୀର ପ୍ରଦୂଷଣ ସ୍ଥିତି ସୁଧୁରିଥିଲେ ମଧ୍ୟ ଏବେ ବି ବାୟୁର ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ସଫରର ତଥ୍ୟ ଅନୁସାରେ, ଦିଲ୍ଲୀର ଏକ୍ୟୁଆଇ ୩୨୬ ରେକର୍ଡ କରାଯାଇଛି। ନୋଏଡାରେ ଏହା ୩୩୨, ଗୁରୁଗ୍ରାମରେ ୩୨୫ ଓ ଗାଜିଆବାଦରେ ଏକ୍ୟୁଆଇ ୩୩୧ ରେକର୍ଡ ହୋଇଛି। ଦିଲ୍ଲୀର ପ୍ରଦୂଷଣ ବଢ଼ୁଥିବାରୁ ଶନିବାର ଠାରୁ ରାଜଧାନୀରେ ଥିବା ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଥିଲା।

Exit mobile version