Site icon ଆଜିକାଲି

୯ରୁ ଦିଲ୍ଲୀରେ ପୁଣି ଖୋଲିବ ସ୍କୁଲ


ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି କେଜ୍ରିୱାଲ ସରକାର ଅନେକ ପ୍ରତିବନ୍ଧକ ଲଗାଇଥିଲେ । ଆଉ ଏବେ ବାୟୁ ଗୁଣବତ୍ତା ସୂଚନକାଙ୍କ କମ୍ ଆସିବା ଯୋଗୁ ଲଗାଯାଇଥିବା ପ୍ରତିବନ୍ଧକୁ ହଟାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୂଚନା ପ୍ରଦାନ କରିଛନ୍ତି ।
ନୂଆ ଗାଇଡଲାଇନ ଅନୁସାରେ, ଏବେ ଅଫିସ ପୂର୍ଣ୍ଣ କ୍ଷମତା ସହ ଚାଲିବ । ହାଇୱେ, ସଡ଼କ, ଫ୍ଲାୟଓଭର, ଓଭରବ୍ରିଜ, ବିଦ୍ୟୁତ ଓ ପାଇଲାଇନ ସମ୍ବୋଧିତ ନିର୍ମାଣ କାର୍ଯ୍ୟ ପୁଣିଥରେ ଆରମ୍ଭ ହେବ । ଟ୍ରକ ପ୍ରବେଶ କରିପାରିବ । ଏଥିସହିତ ନଭେମ୍ବର ୯ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିବ ।

Exit mobile version