Site icon ଆଜିକାଲି

ଦ୍ଵିତୀୟ ଟି-୨୦ : ୫ ୱିକେଟରେ ହାରିଲା ଭାରତ, ୧-୦ରେ ଆଗୁଆ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ଟି-୨୦ରେ ୫ ୱିକେଟରେ ହାରିଲା ଭାରତ । ଡିଏଲଏସ ପଦ୍ଧତିରେ ଦକ୍ଷିଣ ଆଫ୍ରିକା ମ୍ୟାଚ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି। ତେବେ ମ୍ୟାଚ୍‌ରେ ଶୃଙ୍ଖଳିତ ବୋଲିଂ କରିବା ଲାଗି ତାବ୍ରେଜ୍‌ ସାମ୍‌ସିଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ର ପୁରସ୍କାର ଦିଆଯାଇଛି ।

ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ଚାଲିଛି ଟି-୨୦ ସିରିଜ୍‌ ଚାଲିଛି । ପ୍ରଥମ ମ୍ୟାଚ୍‌ ବର୍ଷା ଲାଗି ବାତିଲ ହୋଇଯାଇଥିଲା । ଆଉ ମଙ୍ଗଳବାର ଦିନ ଖେଳାଯାଇଥିଲା ୨ୟ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତୀୟ ଟିମ୍‌କୁ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଥିଲା ଘରୋଇ ଦଳ । ମୋଟ ୧୯.୩ ଓଭର ଖେଳି ଭାରତୀୟ ବ୍ୟାଟର ୭ ଓ୍ୱିକେଟ୍‌ ହରାଇ ୧୮୦ ରନ୍‌ କରିବାରେ ସକ୍ଷମ ହୋଇଥିଲା । ବର୍ଷା ଲାଗି ଭାରତୀୟ ଇନିଂସର ଆଉ ତିନୋଟି ବଲ୍‌ ବାକି ରହିଥିଲା । ତେବେ ବର୍ଷା ଲାଗି ରହିବାରୁ ମ୍ୟାଚ୍‌କୁ କିଛି ସମୟ ବିଳମ୍ବରେ ଆରମ୍ଭ କରାଯାଇଥିଲା । ଯାହାଫଳରେ ଦକ୍ଷିଣ ଆଫ୍ରିକାକୁ ୧୫ ଓଭରରେ ୧୫୦ ରନ୍‌ ଟାର୍ଗେଟ ମିଳିଥିଲା । ଯାହାକୁ ଦକ୍ଷିଣ ଆଫ୍ରିକା ଟିମ୍‌ ମାତ୍ର ୧୩ ଓଭର ୫ ଟି ବଲ୍‌ରେ ହାସଲ କରିଦେଇଛି ।

ତେବେ ଭାରତୀୟ ଦଳ ପକ୍ଷରୁ ରିଙ୍କୁ ସିଂହ ସର୍ବାଧିକ ୬୮ ରନ୍‌ କରିଥିଲେ । ୩୯ ବଲ୍‌ରେ ୨ ଟି ଛକ୍କା ଏବଂ ୯ଟି ଚୌକା ବଳରେ ଏହି ସ୍କୋର ହାସଲ କରିଥିଲେ । ତାଙ୍କ ପଛକୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୫୬ ରନ୍‌ ରହିଛି । ସେହିପରି ଦକ୍ଷିଣ ଆଫ୍ରିକା ପକ୍ଷରୁ ରାଜି ହେନ୍‌ରିକ୍ସ ସର୍ବାଧିକ ୪୯ ରନ୍‌ କରିଛନ୍ତି । ତାଙ୍କ ପଛକୁ ଅଧିନାୟକ ମାକ୍ରମଙ୍କ ୩୦ ରନ୍‌ ରହିଛି । ତେବେ ୨ୟ ଟି-୨୦ ମ୍ୟାଚ୍‌ରେ ତାବ୍ରେଜ୍‌ ସାମ୍‌ସିଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ର ପୁରସ୍କାର ଦିଆଯାଇଛି । ସେ ମୋଟ ୪ ଓଭର ବୋଲିଂ ୧୮ ରନ୍‌ ଦେଇ ଗୋଟିଏ ଓ୍ୱିକେଟ୍‌ ହାସଲ କରିଛନ୍ତି ।

Exit mobile version