Site icon ଆଜିକାଲି

ଦ୍ଵିତୀୟ ଟି-୨୦ରେ ବୋଲିଂ ନିଷ୍ପତ୍ତି ନେଲା ଓ୍ଵେଷ୍ଟଇଣ୍ଡିଜ, ପ୍ରଥମେ ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ଵିତୀୟ ମ୍ୟାଚରେ ଟସ ଜିତି ଭାରତ ବିପକ୍ଷରେ ବୋଲିଂ ନିଷ୍ପତ୍ତି ନେଲା ଓ୍ଵେଷ୍ଟଇଣ୍ଡିଜ । ରାତି ୮ଟାରେ ଖେଳ ଯିବାକୁ ଥିବା ମ୍ୟାଚ ପରିବର୍ତ୍ତେ ଭାରତୀୟ ସମୟ ଅନୁସାରେ ରାତି ୧୦ଟାରୁ ଖେଳାଯାଇଛି। ଉଭୟ ଦଳର ଖେଳାଳି ତ୍ରିନିଦାଦରୁ ସେଣ୍ଟ କିଟ୍ସରେ ପହଞ୍ଚିବାରେ ହୋଇଥିବା ବିଳମ୍ବ କାରଣରୁ ମୁକାବିଲା ଦୁଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୨ୟ ମୁକାବିଲାରେ ବିଜୟ ହାସଲ କରିବାକୁ ଚାହିଁବ । କିନ୍ତୁ ଘରୋଇ ଦଳକୁ ଭାରତ ହାଲୁକାରେ ନେବ ନାହିଁ । ଅନ୍ୟପଟରେ ୱେଷ୍ଟଇଣ୍ଡିଜର ଯୁବ କ୍ରିକେଟ ଟିମ୍ ମଧ୍ୟ ମଜବୁତ ଥିବାରୁ ଫର୍ମକୁ ଫେରିବାକୁ ଉଦ୍ୟମ କରିବ । ତେବେ ପ୍ରଥମ ମୁକାବିଲାରେ ଭାରତ ଘରୋଇ ଦଳକୁ ୬୮ ରନ୍‌ରେ ପରାସ୍ତ କରିଥିବାରୁ ଦୃଢ଼ ମନୋବଳ ରଖିଛି । ବ୍ରାଏନ ଲାରା ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ହିରୋ ସାଜିଥିଲେ । ସେ ବ୍ୟକ୍ତିଗତ ଭାବେ ୬୪ ରନ୍ ସଂଗ୍ରହ କରିଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୯୦ ରନ୍ କରିଥିଲା । ଜବାବରେ ଘରୋଇ ଦଳ ୮ୱିକେଟ ହରାଇ ୧୨୨ ରନ୍‌ରେ ଅଟକି ଯାଇଥିଲା । ଏବେ ଭାରତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି ।

Exit mobile version