Site icon ଆଜିକାଲି

ଦ୍ୱିତୀୟ ଟେଷ୍ଟ: ବର୍ଷା ଧୋଇନେଲା ପ୍ରଥମ ଦିନର ଅଧା ଖେଳ

ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ। ଦୁଇ ଟିକିଆ ଟେଷ୍ଟ ସିରିଜରେ ଭାରତ ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଆଗୁଆ ରହିଛି। ଆଜି କାନପୁରରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଥିବା ବେଳେ ବର୍ଷା ଏଥିରେ ପ୍ରତିବନ୍ଧକ ସାଜିଛି। ପ୍ରଥମ ଦିନର ଅଧା ଖେଳକୁ ଧୋଇ ଦେଇଛି ବର୍ଷା। ଲଞ୍ଚ ବ୍ରେକର ୯ମ ଓଭର ପରେ ଆରମ୍ଭ ହୋଇଥିବା ବର୍ଷା ନ ଛାଡ଼ିବାରୁ ପ୍ରଥମ ଦିନର ଖେଳକୁ ସେହି ଠାରେ ହିଁ ବନ୍ଦ କରି ଦିଆଯାଇଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ପ୍ରଥମ ଦିନର ଖେଳ ବନ୍ଦ ହେବା ବେଳକୁ ୩ ୱିକେଟ ହରାଇ ୧୦୭ ରନ କରିଛି। ମୋମିନୁଲ ହକ ୪୦ ଓ ଅଭିଜ୍ଞ ମୁଶଫିକର ରହିମ ୬ ରନ କରି କ୍ରିଜରେ ଅପରାଜିତ ରହିଛନ୍ତି। ଆସନ୍ତାକାଲି ଯଦି ପାଗ ଠିକଠାକ ରହିବ, ତା’ହେଲେ ଉଭୟ ପୁଣି ବ୍ୟାଟିଂ କରିବେ। ପ୍ରଥମ ଦିନରେ ମୋଟ ୩୫ ଓଭର ଖେଳା ଯାଇଥିବା ବେଳେ ଭାରତ ପାଇଁ ଆକାଶ ଦୀପ ୨ଟି ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ୱିକେଟ ନେଇଛନ୍ତି।

କାନୁପରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଆରମ୍ଭରୁ ହିଁ ବର୍ଷା ବାଧକ ସାଜିଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ଟସ୍‌ ପଡ଼ି ପାରି ନଥିଲା। ଦିନ ୧୦ଟାରେ ପାଗରେ ପରିବର୍ତ୍ତନ ହେବାରୁ ଟସ୍‌ ପଡ଼ିଥିଲା। ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତିବା ପରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। 

Exit mobile version