Site icon ଆଜିକାଲି

ଦ୍ବିତୀୟ ଟେଷ୍ଟ ପ୍ରଥମ ଇନିଂସ, ଅଷ୍ଟ୍ରେଲିଆ ୨୬୩ରେ ଅଲଆଉଟ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ଦ୍ଵିତୀୟ ମ୍ୟାଚ୍ ଖେଳାଯାଉଛି। ପୁଣି ଥରେ ନିଜର ଦମ୍ ଦେଖାଇଛନ୍ତି ଭାରତୀୟ ବୋଲର। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୬୩ରେ ଅଲଆଉଟ ହୋଇଛି। ଅଷ୍ଟ୍ରେଲିଆର ଓପନର ଖାୱଜାଙ୍କ ୮୧ ରନ ଓ ହ୍ୟାଣ୍ଡସକମ୍ବଙ୍କ ଅପରାଜିତ ୭୨ରନ ବଳରେ ଅଷ୍ଟ୍ରେଲିୟା ୨୬୩ରନ କରିବାରେ ସଫଳ ହୋଇଛି। ଦ୍ବିତୀୟ ଟେଷ୍ଟରେ ଭାରତର ବୋଲର ସାମିଙ୍କୁ ସର୍ବାଧିକ ୪ ୱିକେଟ ମିଳିଥିବାବେଳେ ଅଶ୍ବିନ ଓ ଜାଡେଜାଙ୍କୁ ୩ ଲେଖାଏଁ ୱିକେଟ।

ଖେଳର ପ୍ରଥମ ଦିନରେ ପ୍ରଥମ ଇନିଂସରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ୨୬୩ ରନରେ ଅଲଆଉଟ୍ ହୋଇଥିବା ଭାରତ ଦିନର ଖେଳ ଶେଷ ସୁଦ୍ଧା ବିନା ଓ୍ଵିକେଟ୍‌ରେ ୨୧ ରନ କରିଛି। ଅଧିନାୟକ ରୋହିତ ଶର୍ମା ୧୩ ରନ ଏବଂ କେଏଲ ରାହୁଲ ୪ ରନ କ୍ରିଜେରେ ଅଛନ୍ତି।ଭାରତ ୨୪୨ ରନ ପଛରେ ରହିଛି। ପ୍ରଥମ ଇନିଂସରେ ଏବେ ସୁଦ୍ଧା ଭାରତ ୨୪୨ ରନ ପଛରେ ରହିଛି। ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମ ପାଳିରେ ଉସ୍ମାନା ଖ୍ଵାଜା ସର୍ବାଧିକ ୮୧ ରନର ଉଲ୍ଲେଖନୀୟ ପାଳି ଖେଳିଛନ୍ତି। ତେବେ ପିଟର ହ୍ୟାଣ୍ଡସ୍କମ୍ବଙ୍କ ଲଢୁଆ ଅପରାରିତ ୭୨ ରନର ଅର୍ଦ୍ଧଶତକୀୟ ପାଳି ବଳରେ ଅଷ୍ଟ୍ରେଲିଆ ଏହି ସ୍କୋର କରି ପାରିଛି। ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଛନ୍ତି। ଅଶ୍ଵିନ ଏବଂ ରବୀନ୍ଦ୍ର ଜାଡେଜା ପ୍ରତ୍ୟେକଙ୍କୁ ତିନୋଟି ଲେଖାଏଁ ଓ୍ଵିକେଟ୍ ମିଳିଛି।

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୨୬୩ ରନ କରି ଅଲଆଉଟ ହୋଇଯାଇଛି । ଆଜିର ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ଦୁଇ ଓପନର ଡେଭିଡ୍ ୱାର୍ଣ୍ଣର ଓ ଉସମାନ ଖାୱଜା ଭଲ ଆରମ୍ଭ କରିଥିଲେ । ତେବେ ୱାର୍ଣ୍ଣର ମାତ୍ର ୧୫ ରନରେଆଉଟ ହୋଇଯାଇଥିବାବେଳେ ଖାୱଜା ୮୧ ରନ କରିଥିଲେ। ଅପରପକ୍ଷରେ ପିଟର ହାଣ୍ଡସକମ୍ବ ଓ ପାଟ କମିନ୍ସ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇନେଇଥିଲେ। ହାଣ୍ଡସକମ୍ବଙ୍କ ଅପରାଜିତ ୭୨ ଓ କମିନ୍ସ ୩୩ ରନ କରିଥିଲେ। ଫଳରେ ଦଳ ୨୬୩ ପର୍ଯ୍ୟନ୍ତ ପହଞ୍ଚିପାରିଥିଲା ।

Exit mobile version