Site icon ଆଜିକାଲି

କାରରୁ ବିପୁଳ ଟଙ୍କା ଜବତ ଘଟଣା; କଂଗ୍ରେସର ୩ ବିଧାୟକ ଗିରଫ

ରାଞ୍ଚି : କାରରୁ ବିପୁଳ ନଗଦ ଟଙ୍କା ଜବତ ଘଟଣାରେ ଝାଡଖଣ୍ଡର ତିନି ଜଣ ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ସମେତ ମୋଟ ପାଞ୍ଚ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ରାଜ୍ୟ ପୋଲିସର ସିଆଇଡି ରିମାଣ୍ଡରେ ନେଇଛି ।

ଏହାପୂର୍ବରୁ ଶନିବାର ରାଜ୍ୟ ପୋଲିସ ଜାମତରା ବିଧାୟକ ଇରଫାନ ଅନସାରୀ, ଖିଜ୍ରିର ରାଜେଶ କଚ୍ଚାପ ଏବଂ କୋଲେବିରାର ନମନ ବିକଲ କଙ୍ଗାରୀଙ୍କୁ ହେପାଜତକୁ ନେଇଥିଲା। ଗତ ଶୁକ୍ରବାର ପଶ୍ଚିମବଙ୍ଗ ହାଓଡ଼ାରେ ଝାଡ଼ଖଣ୍ଡର ତିନି ବିଧାୟକଙ୍କ କାରରୁ ୪୯ ଲକ୍ଷ ଟଙ୍କା ନଗଦ ଜବତ ହୋଇଥିଲା । କଂଗ୍ରେସ ରବିବାର ଏହି ତିନିଜଣ ବିଧାୟକଙ୍କୁ ନିଲମ୍ବିତ କରିଥିଲା । କଂଗ୍ରେସ ଅଭିଯୋଗ କରିଥିଲା ଯେ ଝାଡ଼ଖଣ୍ଡରେ ବିଜେପିର ‘ଅପରେସନ କମଳ’ର ପର୍ଦ୍ଦାଫାସ୍ ହୋଇଛି। ମହାରାଷ୍ଟ୍ର ଭଳି ଝାଡ଼ଖଣ୍ଡରେ ସରକାର ଭାଙ୍ଗିବାକୁ ବିଜେପି ଉଦ୍ୟମ କରୁଛି ।

Exit mobile version