Site icon ଆଜିକାଲି

ସରକାରଙ୍କୁ ମାଗଣାରେ ୨ କୋଟି ଡୋଜ୍ କୋଭିଶିଲ୍ଡ ଟିକା ଦେବ ସେରମ୍

ନୂଆଦିଲ୍ଲୀ : କୋଭିଡ-୧୯ ବିପଦ ମଧ୍ୟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କେନ୍ଦ୍ର ସରକାରଙ୍କୁ ୨ କୋଟି ଡୋଜ୍ କୋଭିଶିଲ୍ଡ ଟିକା ମାଗଣାରେ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେରମ୍ ଇନଷ୍ଟିଚ୍ୟୁଟର ସରକାର ଓ ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ୪୧୦ କୋଟି ଡଲାର ମୂଲ୍ୟର ମାଗଣା ଡୋଜ୍ ପ୍ରଦାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହି ଡେଲିଭରି କିପରି ହୋଇପାରିବ ସେ ସ୍ବାସ୍ଥ୍ୟ ମନ୍ତ୍ରାଳୟଠୁ ଜାଣିବାକୁ ଚାହିଁଛନ୍ତି ।

ସେରମ୍ ଇନଷ୍ଟିଚ୍ୟୁଟ୍ ଏଯାବତ୍ ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ପାଇଁ ସରକାରଙ୍କୁ କୋଭିଶିଲ୍ଡର ୧୭୦ କୋଟିରୁ ଅଧିକ ଡୋଜ୍ ଯୋଗାଇ ସାରିଛି। ଚୀନ୍ ଏବଂ ଦକ୍ଷିଣ କୋରିଆ ସମେତ କେତେକ ଦେଶରେ କୋଭିଡ୍-୧୯ ମାମଲା ବଢ଼ିବା ପରେ ସରକାର ସତର୍କ ସୂଚନା ଜାରି କରି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।

Exit mobile version