Site icon ଆଜିକାଲି

ଥରିଲା ସିକ୍କିମ୍‌, ୩ ତୀବ୍ରତାର ଭୂକମ୍ପ ଅନୁଭୂତ

ଗ୍ୟାଙ୍ଗଟକ : ତୁର୍କୀ-ସିରିଆରେ ଭୂକମ୍ପ ଝଟକା ହା ହା କାର ପରିସ୍ଥିତି ଉପୁଯାଇଥିବା ବେଳେ ଲଗାତର ୩ ଦିନ ହେବ ଭାରତର ବିଭିନ୍ନ ରାଜ୍ୟରେ ଭୂକମ୍ପ ଅନୁଭୂତ ହେଉଛି। ଗତ ଶନିବାର ଗୁଜରାଟ କଛରେ ଭୂମିକମ୍ପ ହୋଇଥିବା ବେଳେ ରବିବାର ଆସାମ ଓ ସୋମବାର ସିକ୍କିମ୍‌ରେ ଭୂମିକମ୍ପ ହୋଇଛି।

ସୋମବାର ସକାଳେ ଆସାମରେ ୪.୩ ତୀବ୍ରତାର ଭୂକମ୍ପ ହୋଇଛି। ନ୍ୟାସ୍‌ନାଲ ସେଣ୍ଟର ଫର୍ ସେସ୍‌ମୋଲୋଜି (ଜାତୀୟ ଭୂବିଜ୍ଞାନ କେନ୍ଦ୍ରର)ରୂ ସୂଚନା ଅନୁସାରେ, ଭୋର .୧୫ ସମୟରେ ୟୁକ୍‌ସୋମ ଉତ୍ତରପଶ୍ଚିମାଞ୍ଚଳରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି।

Exit mobile version