Site icon ଆଜିକାଲି

ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଦେହାନ୍ତ

ଭୋପାଲ: ଦ୍ବାରକା ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଦେହାନ୍ତ । କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ଆଜି (ରବିବାର) ମଧ୍ୟ ପ୍ରଦେଶର ନରସିଂହପୁରରେ ୯୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ କିଛି ଦିନ ଧରି ଅସୁସ୍ଥ ଥିବା ସ୍ବାମୀଜୀଙ୍କୁ ଆଜି ଅପରାହ୍ନ ପ୍ରାୟ ୩ଟା ୫୦ରେ ହୃଦଘାତ ହୋଇଥିଲା । ତେବେ ତାଙ୍କ ଦେହାନ୍ତରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ମଧ୍ୟ ସୂଚନା ମିଳିଛି ।

Exit mobile version