Site icon ଆଜିକାଲି

ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହେଲା ଶାନ୍ତିନିକେତନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଶାନ୍ତିନିକେତନ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି। ଶାନ୍ତନିକେତନରେ ହିଁ କବି ରବୀନ୍ଦ୍ରନାଥ ଟାଗୋର ଶହେ ବର୍ଷ ପୂର୍ବେ ବିଶ୍ୱଭାରତୀ ପ୍ରତିଷ୍ଠା କରିଥିଲେ।

ସୋସିଆଲ ମିଡିଆ ‘ଏକ୍ସ’ (ପୂର୍ବରୁ ଟ୍ୱିଟର)ରେ ଏକ ପୋଷ୍ଟରେ ୟୁନେସ୍କୋ ଏହି ଘୋଷଣା କରିଛି। ୟୁନେସ୍କୋ କହିଛି, “ଶାନ୍ତିନିକେତନ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇଛି। ଭାରତକୁ ଅଭିନନ୍ଦନ ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସ୍ୱୀକୃତିକୁ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି । ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଅବସ୍ଥିତ ଏହି ସାଂସ୍କୃତିକ ସ୍ଥଳକୁ ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ସାମିଲ କରିବାକୁ ଭାରତ ବହୁ ଦିନରୁ ଉଦ୍ୟମ କରିଆସୁଥିଲା। ସାଉଦି ଆରବରେ ବିଶ୍ୱ ଐତିହ୍ୟ କମିଟିର ୪୫ ତମ ଅଧିବେଶନରେ ଶାନ୍ତିନିକେତନକୁ ଏହି ତାଲିକାରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଶାନ୍ତିନିକେତନ ଶେଷରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇଥିବାରୁ ସେ ଖୁସି ଏବଂ ଗର୍ବିତ।

Exit mobile version