Site icon ଆଜିକାଲି

ଜାମିଆ ହିଂସା ମାମଲାରେ ଶର୍ଜିଲ ଇମାମ ଦୋଷମୁକ୍ତ

ନୂଆଦିଲ୍ଲୀ : ଜାମିଆ ହିଂସା ମାମଲାରେ ସାକେତ କୋର୍ଟ ଜେଏନୟୁ ଛାତ୍ର ଶର୍ଜିଲ ଇମାମଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୧୯ରେ ଜାମିଆରେ ନାଗରିକତା ଆଇନ (ସିଏଏ-ଏନ୍ଆରସି)କୁ ବିରୋଧ ବେଳେ ହିଂସା ଘଟିଥିଲା | ଏନେଇ ଦିଲ୍ଲୀ ପୋଲିସ ଶର୍ଜିଲ ଇମାମ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଶର୍ଜିଲ ଇମାମଙ୍କ ବିରୋଧରେ ଦିଲ୍ଲୀ ଦଙ୍ଗା ୨୦୨୦ ସହ ଜଡ଼ିତ ଷଡଯନ୍ତ୍ର ମାମଲା ବର୍ତ୍ତମାନ ଚାଲିଛି। ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ତାଙ୍କ ବିରୋଧରେ କଡ଼ା ୟୁପିଏ ଆଇନ ଲଗାଇଛି । ଏହି ମାମଲାରେ ଶର୍ଜିଲଙ୍କୁ ଜାମିନ ମିଳିନାହିଁ |

ଉତ୍ତେଜନାପୂର୍ଣ୍ଣ ଭାଷଣ ମାମଲାରେ ଶର୍ଜିଲ ଇମାମଙ୍କ ବିରୋଧରେ ମାମଲା ଜାରି ରହିଛି, ଯେଉଁଥିରେ ଶାର୍ଜିଲ ଭାରତର ଉତ୍ତର-ପୂର୍ବ ଆସାମ ରାଜ୍ୟକୁ ଭାରତରୁ ଅଲଗ କରିବା କଥା କହିଥିଲେ। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏହାର ଯାଞ୍ଚ କରୁଛି। ଏହି ମାମଲାରେ ଇମାମଙ୍କୁ ଦେଶଦ୍ରୋହ ଏବଂ ୟୁଏପିଏ ଅଧୀନରେ ବିଭିନ୍ନ ଦଫା ଲଗାଇଥିଲା । ଏହି ମାମଲାରେ ମଧ୍ୟ ତାଙ୍କୁ ଜାମିନ ମିଳିନାହିଁ। ସେଥିପାଇଁ ଶର୍ଜିଲ ଇମାମ ବର୍ତ୍ତମାନ ଜେଲରୁ ବାହାରି ପାରିବେ ନାହିଁ।

FacebookTwitterLinkedinWhatsapp
Exit mobile version