ନୂଆଦିଲ୍ଲୀ : ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀ ଶେଖ ହସିନା ଶେଷରେ ସେନା ଚାପରେ ସୋମବାର ଇସ୍ତଫା ଦେଇଛନ୍ତି। ସେନାର ଚେତାବନୀ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ବିକ୍ଷୋଭକାରୀମାନେ ତାଙ୍କ ବାସଭବନକୁ ଧସେଇ ପଶିଛନ୍ତି। ସୁରକ୍ଷା ଦୃଷ୍ଟିରୁ ହସିନା ଏବଂ ତାଙ୍କ ଭଉଣୀଙ୍କୁ ବାସଭବନରୁ ନିରାପଦ ସ୍ଥାନକୁ ନିଆଯାଇଛି।
ହସିନା ନିଜ ଭଉଣୀ ସହିତ ବିମାନ ଯୋଗେ ଭାରତ ପଳାଇ ଆସୁଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଦେଶର ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ଥିବା ଆଇନମନ୍ତ୍ରୀ କହିବା ସହିତ କ’ଣ ଘଟୁଛି ତାହା ସେ ନିଜେ ବି ଜାଣିପାରୁ ନାହାନ୍ତି ବୋଲି କହିଛନ୍ତି। ହସିନାଙ୍କ ଇସ୍ତଫାର କିଛି ସମୟ ପରେ ଦେଶର ସେନା କ୍ଷମତା ହାତକୁ ନେଇପାରେ। ଏ ସମ୍ପର୍କରେ ଖୁବଶୀଘ୍ର ସେନା ପକ୍ଷରୁ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।