Site icon ଆଜିକାଲି

ବିହାର ସରକାରଙ୍କୁ ଝଟକା, ଜାତିଭିତ୍ତିକ ଜନଗଣନା ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ ହଟାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜାତିଭିତ୍ତିକ ଜନଗଣନା ମାମଲାରେ ବିହାର ସରକାରଙ୍କୁ ଲାଗିଛି ‘ସୁପ୍ରିମ୍’ ଝଟକା । ଜାତିଭିତ୍ତିକ ଜନଗଣନା ଉପରେ ପାଟନା ହାଇକୋର୍ଟଙ୍କ ସ୍ଥଗିତାଦେଶ ହଟାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୪ରେ ହେବ।

ଜଷ୍ଟିସ୍ ଏସ୍ ଓକା ଏବଂ ଜଷ୍ଟିସ୍ ରାଜେଶ ବିନ୍ଦଲଙ୍କ ଏକ ଖଣ୍ଡପୀଠ କହିଛନ୍ତି, ଜୁଲାଇ ୩ରେ ପାଟନା ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ । ସେପର୍ଯ୍ୟନ୍ତ ଆମେ ଏହି ମାମଲାର ବିଚାରଣା କରିବୁ ନାହିଁ। ହାଇକୋର୍ଟରେ ପ୍ରଥମେ ନିଜ ପକ୍ଷ ରଖିବାକୁ ବିହାର ସରକାରଙ୍କୁ କହିଥିଲେ ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ କହିଛନ୍ତି, ଯଦି ପାଟନା ହାଇକୋର୍ଟ ଏହି ମାମଲାର ଶୁଣାଣି ନକରନ୍ତି ତେବେ ଜୁଲାଇ ୧୪ରେ ଆମେ ଏହାର ଶୁଣାଣି କରିବୁ । ବିହାରରେ ଜାତି ଭିତ୍ତିକ ଜନଗଣନା ଉପରେ ପାଟନା ହାଇକୋର୍ଟ ମେ ୪ରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଥିଲେ । ହାଇକୋର୍ଟଙ୍କ ଏହି ଆଦେଶ ବିରୋଧରେ ବିହାରର ନୀତିଶ କୁମାର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

Exit mobile version