Site icon ଆଜିକାଲି

ଗୁଆନାଜୁଏଟୋ ବାରରେ ଦୁର୍ବୃତ୍ତଙ୍କ ଗୁଳିକାଣ୍ଡ, ୯ ମୃତ

ମେକ୍ସିକୋ ସିଟି : କେନ୍ଦ୍ରୀୟ ମେକ୍ସିକୋର ଗୁଆନାଜୁଏଟୋ ରାଜ୍ୟର ଏକ ବାରରେ ପଶି କିଛି ଦୁର୍ବୃତ୍ତ ଆଖିବୁଜା ଗୁଳି ଚଳାଇବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଅଧିକାରୀଙ୍କ ସୂଚନା ଅନୁଯାୟୀ ଗୁରୁବାର ରାତି ପ୍ରାୟ ନଅଟା ବେଳେ ଏକ ସଶସ୍ତ୍ର ଗୋଷ୍ଠୀ ବାରରେ ପହଞ୍ଚିଥିଲେ ଓ ଆପାସିଓ ଏଲ ଆଲ୍ଟୋ ସହରର ଏକ ବାର ଭିତରେ ପଶି ସେଠାରେ ଉପସ୍ଥିତ ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଘଟଣାକୁ ଦୁଇଗୋଷ୍ଠୀ ମଧ୍ୟରେ ଗ୍ୟାଙ୍ଗ୍ ଓ୍ବାର୍ ବୋଲି କହିଛି ପୋଲିସ।

ଏହି ଗୁଳିକାଣ୍ଡରେ ପାଞ୍ଚ ଜଣ ପୁରୁଷ ଏବଂ ଚାରି ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ମହିଳା ଆହତ ହୋଇଛନ୍ତି ବୋଲି ଅଧିକାରୀ କହିଛନ୍ତି। ଆହତ ମହିଳାଙ୍କ ଅବସ୍ଥା ସ୍ଥିର ରହିଛି।

Exit mobile version