Site icon ଆଜିକାଲି

ନାଓଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ; ୨ ଆତଙ୍କୀ ନିପାତ

ଶ୍ରୀନଗର : ଜମ୍ମୁ କାଶ୍ମୀର ଶ୍ରୀନଗରର ନାଓଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଏଥିରେ ୨ଜଣ ଆତଙ୍କୀ ମୃତ । ମୃତ ଆତଙ୍କୀ ଦ୍ବୟ ପୁଲୱାମା ନିବାସୀ ଆଇଜାଜ ରସୁଲ ନାଜର ଏବଂ ସହିଦ ଅହମ୍ମଦ ବୋଲି ଜଣାପଡିଛି । ସେମାନେ ଅନଶାର ଘଜବାତ-ଉଲ-ହିନ୍ଦ ଆତଙ୍କୀ ସଂଗଠନ ସହ ଜଡିତ । ଏହି ଆତଙ୍କୀ ସଂଗଠନ ଅଲ-କାଏଦା ସହିତ ଲିଙ୍କ ରହିଛି ଏବଂ ଏହା ଉପତ୍ୟକାରେ ସକ୍ରିୟ ଥିବା ଜଣାଯାଇଛି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷାବାହିନୀ ।ଏନେଇ ଜମ୍ମୁକାଶ୍ମୀର ପୋଲିସ ତରଫରୁ ଟ୍ବିଟ କରି ସୂଚନା ପ୍ରଦାନ କରାଯାଇଛି ।

କଶ୍ମୀର ଏଡିଜିପି କହିଛନ୍ତି ଯେ, ”ନିହତ ହୋଇଥିବା ଦୁଇ ଆତଙ୍କବାଦୀ ପୁଲଓ୍ବାମାରେ ଚଳିତ ମାସ ୨ତାରିଖରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଜଡିତ । ପଶ୍ଚିମବଙ୍ଗର ମୁନିର୍ ଉଲ୍ ଇସଲାମ ନାମକ ଜଣେ ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ ଏହି ଦୁଇ ଆତଙ୍କବାଦୀ ଜଡିତ ରହିଥିଲେ । ବର୍ତ୍ତମାନ ଏନକାଉଣ୍ଟର ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି” ।

Exit mobile version