କ୍ୟାପ୍ଟାଉନ୍: ଟେଷ୍ଟ କ୍ୟାରିୟରରେ ୧୦୦୦ ରନ୍ ପୂରଣ କଲେ ଟିମ୍ ଇଣ୍ଡିଆ ବ୍ୟାଟର ଶୁଭମନ ଗିଲ। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ଗିଲ୍ ଏହି ସଫଳତା ହାସଲ କରିଛନ୍ତି। ୨୪ ବର୍ଷୀୟ କ୍ରିକେଟର ଗିଲ୍ ମ୍ୟାଚ୍ରେ ୬ ରନ୍ ହାସଲ କରିବା ପରେ ଟେଷ୍ଟ କ୍ରିକେଟ୍ରେ ୧୦୦୦ ରନ୍ ପୂରା କରିଥିଲେ।
କ୍ୟାରିୟର ୩୬ ତମ ଇନିଂସରେ ଗିଲ୍ ୧୦୦୦ ରନ୍ର ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି। ୩ ବର୍ଷ ତଳେ ବକ୍ସିଂ ଡେ ଟେଷ୍ଟରେ ଗିଲ୍ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ଟେଷ୍ଟ ଫର୍ମାଟ୍ରେ ଗିଲ୍ଙ୍କ ଆଭରେଜ୍ ୩୦ ଉପରେ ରହିଛି। ଏଥିରେ ସେ ଦୁଇଟି ଅର୍ଦ୍ଧଶତକ ମାରିଥିାବା ବେଳେ ଏସିଆ ବାହାରେ ସେ ଗୋଟିଏ ବି ଶତକ ହାସଲ କରିପାରି ନାହାନ୍ତି।
୨୦୨୦ ମେଲବୋର୍ଣ୍ଣରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟରେ ଗିଲ ଡେବ୍ୟୁ କରିଥିଲେ। ଏଥିରେ ସେ ୪୫ ଓ ୩୫* ରନ୍ କରିଥିଲେ। ଏଥରେ ୮ ୱିକେଟ୍ରେ ବିଜୀୟ ହୋଇଥିଲା। ସେହିପରି ଗାବ୍ବା ଓ ବ୍ରିସ୍ବେନ୍ରେ ୯୧ ରନ୍ ଇନିଂସ ଖେଳିଥିଲେ। ଯେଉଁଥିରେ ଭାରତ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍କୁ ୨-୧ରେ ଜିତି ନେଇଥିଲା। ଗିଲ୍ ୫୧.୮୦ ହାରରେ ୨୫୯ ରନ୍ କରିଥିଲେ।
ତେବେ ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗିଲ୍ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ସେଞ୍ଚୁରିଆନ ଟେଷ୍ଟରେ ସେ ଯଥାକ୍ରମେ ୨ ଓ ୨୬ ରନ୍ କରିଥିଲେ। ସେହିପରି ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଇନିଂସରେ ଗିଲ୍ ୩୬ ରନ୍ ହିଁ କରିପାରିଛନ୍ତି।