Site icon ଆଜିକାଲି

ଶୁଭମାନ ଗିଲଙ୍କ ଦ୍ବିଶତକ, ନ୍ୟୁଜିଲାଣ୍ଡକୁ ୩୫୦ ରନର ଟାର୍ଗେଟ

ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶୁଭମାନ ଗିଲ୍ ଚମତ୍କାର ପ୍ରଦର୍ଶନ ସହ ଦ୍ବିଶତକ ହାସଲ କରିଛନ୍ତି । ଗିଲ୍ ହ୍ୟାଟ୍ରିକ ଛକା ମାରି ଦ୍ବିଶତକ ପୂରଣ କରିଛନ୍ତି ।

ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରୋହିତ ଶର୍ମା ଓ ଶୁଭମନ ଗିଲ ଭାରତ ପାଇଁ ଭଲ ଆରମ୍ଭ କରିଥିଲେ । ରୋହିତ ଶର୍ମା ୩୪ ରନ କରି ଆଉଟ ହୋଇଥିଲେ ବି ଅନ୍ୟପଟେ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା । ମାତ୍ର ବିରାଟ କୋହଲି, ଇଶାନ କିଷନ ଶସ୍ତାରେ ଆଉଟ ହୋଇଯାଇଥିଲେ । ସୂର୍ଯ୍ୟକୁମାର ମଧ୍ୟ ୩୧ରନ କରି ଆଉଟ ହୋଇଥିଲେ । ଗୋଟିଏ ପଟେ ଓ୍ବିକେଟ ପଡ଼ିଚାଲିଥିବା ସତ୍ତ୍ବେ ଗିଲ୍ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ଶତକ ପୂରଣ କରିଥିଲେ । ଶତକ ପୂରଣ କରିବା ପରେ ବି ତାଙ୍କ ରନ ଭୋକ ମେଣ୍ଟିପାରିନଥିଲା । ସେ ଆହୁରି ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଦେଇଥିଲେ । ସେ ୯ଟି ଛକା ଓ ୧୯ଟି ଚୌକା ସହ ୨୦୮ ରନ କରିଥିଲେ । ସେ ୫୦ତମ ଓଭରରେ ସିପଲେଙ୍କ ବଲରେ ଆଉଟ ହୋଇଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୩୪୯ ରନ କରିଥିଲା ।

Exit mobile version