Site icon ଆଜିକାଲି

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗୋଲ୍ଡି ବ୍ରାର୍ କାଲିଫର୍ଣ୍ଣିଆରେ ଅଟକ

ନୂଆଦିଲ୍ଲୀ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ତଥା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କୁ ଆମେରିକାରେ ଅଟକ ରଖାଯାଇଛି । ଭାରତୀୟ ଗୁଇନ୍ଦା ବିଭାଗ ସୂତ୍ରରୁ ଏଭଳି ସୂଚନା ମିଳିଛି । ଗୋଲ୍ଡିଙ୍କୁ ନଭେମ୍ବର ୨୦ରେ କାଲିଫର୍ଣ୍ଣିଆରେ ଅଟକ ରଖାଯାଇଥିବା କୁହାଯାଇଛି । ଯଦିଓ ଏନେଇ କାଲିଫର୍ଣ୍ଣିଆରୁ ଭାରତ ସରକାରଙ୍କୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ, ତେବେ ଗୁଇନ୍ଦା ବିଭାଗ ର’, ଆଇବି, ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ଏବଂ ପଞ୍ଜାବ ଇଣ୍ଟେଲିଜେନ୍ସକୁ ଏଭଳି ଇନପୁଟ୍ ମିଳିଥିବା ଦାବି ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ଓରଫ୍ ଶୁଭଦୀପ ସିଂ ସିଦ୍ଧୁଙ୍କୁ ମେ ୨୯ରେ ପଞ୍ଜାବର ମାନସା ଜିଲ୍ଲାରେ ହତ୍ୟା କରାଯାଇଥିଲା। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଗୋଲ୍ଡି ବ୍ରାର୍ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଥିଲା। ମୁସେୱାଲାଙ୍କ ପୋଷ୍ଟ ମର୍ଟମ ରିପୋର୍ଟରୁ ତାଙ୍କ ଦେହରେ ୧୯ ଟି ଗୁଳି ବାଜିଥିବା ଜଣାପଡ଼ିଥିଲା । ଅଧିକାଂଶ ଗୁଳି ମୁସେୱାଲାଙ୍କ ଶରୀରର ଡାହାଣ ପାର୍ଶ୍ୱରେ ବାଜିଥିଲା।

FacebookTwitterLinkedinWhatsapp
Exit mobile version