Site icon ଆଜିକାଲି

୧୧ତମ ଜାତୀୟ ପ୍ରତିଯୋଗୀତାରେ ରୌପ୍ୟ ପଦକ ହାସଲ କଲେ ବାଲେଶ୍ୱର ସିମୁଳିଆ ବାଲିଖଣ୍ଡ ଅଞ୍ଚଳର ଅନିରୁଦ୍ଧ ଶଙ୍ଖୁଆ, ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ଚଳିତ ମାସ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ନ୍ୟାସନାଲ ସ୍ପୋର୍ଟସ ଫେଡ଼ରେସେନ ଅଫ୍ ଇଣ୍ଡିଆ ପକ୍ଷରୁ ଉତର ପ୍ରଦେଶର ମଥୁରାର ହର୍ ଦୟାଲ ଟେକ୍ନିକାଲ୍ କ୍ୟାମ୍ପସ୍ରେ ୧୧ତମ ଜାତୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ୪୦୦ ମିଟର ଆଥ୍ଲେଟରେ ଅଂଶ ଗ୍ରହଣ କରି ରୌପ୍ୟ ପଦକ ହାସଲ କରି ବାଲେଶ୍ୱର୍ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଅର୍ଜ୍ଜନ କରିଛନ୍ତି ସିମୁଳିଆ ବାଲିଖଣ୍ଡ ଅଂଚଳର ଅନିରୁଦ୍ଧ ଶଙ୍ଖୁଆ । ଅନିରୁଦ୍ଧ ନିଜର ସଫଳତାର ଶ୍ରେୟ ପିତା ରମାକାନ୍ତ ଶଙ୍ଖୁଆ, ମାତା ଲକ୍ଷ୍ମୀପ୍ରିୟା ଶଙ୍ଖୁଆ ଓ କୋଚ୍ ଚିରଞ୍ଜିବ ରାଉତ୍ଙ୍କୁ ଦେଇଛନ୍ତି । ଏହି ସଫଳତା ପାଇଁ ଅନିରୁଦ୍ଧଙ୍କୁ କୀ୍ରଡ଼ାପ୍ରମୀଙ୍କ ମହଲରୁ ସ୍ୱାଗତ କରାଯାଇଛି । ସେ ପାଠପଢ଼ା ସାରିବା ପରେ ୨୦୧୯ରୁ ଆଥଲେଟ ରେ ଯୋଗ ଦେଇଥିଲେ । ବ୍ରହ୍ମପୁର ଫିଜିକାଲ ଏକାଡେମୀରେ କୋଚିଂ ନେଉଛନ୍ତି । ଆଗକୁ ପ୍ରତିରକ୍ଷା ବିଭାଗରେ ଯୋଗ ଦେବା ପାଇଁ ଅନିରୁଦ୍ଧ ଲକ୍ଷ୍ୟ ରଖିଥିବା କହିଛନ୍ତି ।

Exit mobile version