Site icon ଆଜିକାଲି

ସିମକାର୍ଡର ପାକ୍ ଲିଙ୍କ୍: ମାଷ୍ଟର ମାଇଣ୍ଡ ପଠାଣି ଲେଙ୍କା ବିରୋଧରେ ଲାଗିପାରେ ଦେଶଦ୍ରୋହ ଦଫା

ଭୁବନେଶ୍ବର : ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ୍ ନେଇ ସ୍ପେଶାଲ ଟାସ୍କ ଫୋର୍ସ -ଏସଟିଏଫକୁ ସଙ୍ଗୀନ ତଥ୍ୟ ମିଳିଛି । ଏ ନେଇ ତଦନ୍ତ ତ୍ୱରାନ୍ୱିତ କରିଛି ଏସଟିଏଫ । ଏହି ମାମଲାରେ ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କା ବିରୋଧରେ ଏସଟିଏଫ ଦେଶଦ୍ରୋହ ଅପରାଧ ଦଫା ଲଗାଇବା ସମ୍ଭାବନା ରହିଛି।

ଆସନ୍ତାକାଲିଠାରୁ ପଠାଣି ସାମନ୍ତ ଲେଙ୍କାକୁ ୫ ଦିନିଆ ରିମାଣ୍ଡରେ ନେଇ ଆତଙ୍କୀ ଲିଙ୍କ ବାବଦରେ ଜେରା କରିବ ଏସଟିଏଫ । ପଠାଣି ସାମନ୍ତ ଲେଙ୍କା ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ଓ ପଶ୍ଚିିମବଙ୍ଗରେ ଥିବା ଆଇଏସଆଇ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିବା ଜଣାପଡିଛି । ତେବେ ଅତଙ୍କବାଦୀଙ୍କ ସହ ଲିଙ୍କ ରଖିବାକୁ କେଉଁ କେଉଁ ଅଞ୍ଚଳରୁ ସିମକାର୍ଡ କିଣା ହୋଇଥିଲା ସେ ନେଇ ତଦନ୍ତ ଚାଲିଛି ।

Exit mobile version