Site icon ଆଜିକାଲି

କଂଗ୍ରେସ ବିରୋଧରେ ‘କାଷ୍ଟିଂ କାଉଚ୍‌’ ଅଭିଯୋଗ ଆଣି ବିଦା ହେଲେ ସିମି ରୋସେବେଲ୍‌

ନୂଆଦିଲ୍ଲୀ : ଫିଲ୍ମ ଭଳି କଂଗ୍ରେସରେ ମଧ୍ୟ କାଷ୍ଟିଂ କାଉଚ୍‌ ବା ମହିଳାଙ୍କୁ ଶୋଷଣ କରାଯାଉଛି। ଏପରି ଅଭିଯୋଗ ଆଣି ହଇଚଇ ସୃଷ୍ଟି କରିଥିବା କେରଳ କଂଗ୍ରେସର ବରିଷ୍ଠ ନେତ୍ରୀ ସିମି ରୋସେବେଲ୍‌ ଜନଙ୍କୁ ଆଜି ଦଳ ବହିଷ୍କୃତ କରିଛି। କେରଳ କଂଗ୍ରେସ ପକ୍ଷରୁ ସିମିଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କେରଳ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସିମି ରୋସେବେଲ ଜନଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଉଛି। ସେ ମିଡିଆ ସାମ୍ନାରେ ଦଳର ମହିଳା ନେତ୍ରୀଙ୍କୁ ଅପମାନିତ କରିଥିଲେ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Exit mobile version