Site icon ଆଜିକାଲି

ଖଣ୍ଡା ଓ ଢାଲ ଚିହ୍ନରେ ନିର୍ବାଚନ ଲଢିବ ସିନ୍ଦେ ଗୋଷ୍ଠୀ

ମୁମ୍ବାଇ : ମହାରାଷ୍ଟ୍ରରେ ଜାରି ରହିଥିବା ଶିବସେନା ଦୁଇ ଗୋଷ୍ଠୀ ମଧ୍ୟରେ ଚିହ୍ନ ବିବାଦ । ଗତକାଲି (ସୋମବାର) ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଚିହ୍ନ ମିଳିଥିବା ବେଳେ ଆଜି ଅପର ପକ୍ଷ ସିନ୍ଦେ ଗୋଷ୍ଠୀଙ୍କୁ ମଧ୍ୟ ନିର୍ବାଚନୀ ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ । ଯୋଡି ଖଣ୍ଡା ଓ ଢାଲ ଚିହ୍ନରେ ନିର୍ବାଚନ ଲଢିବ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ।

ଉଭୟ ବିପକ୍ଷ ଗୋଷ୍ଠୀ ନିଜକୁ ପ୍ରକୃତ ଶିବସେନା ଦାବି କରିବା ସହ ମୂଳ ଚିହ୍ନ ‘ଧନୁ ତୀର’ ପ୍ରଦାନ କରିବା ପାଇଁ ଦାବି କରିଥିଲେ । ମୁମ୍ବାଇର ଅନ୍ଧେରୀ-ଇଷ୍ଟ ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଦଳୀୟ ଚିହ୍ନ ବିବାଦ ନେଇ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ । ତେବେ ମୂଳ ଚିହ୍ନକୁ କୌଣସି ଗୋଷ୍ଠୀ ବ୍ୟବହାର କରିପାରିବେ ନାହିଁ ବୋଲି ଦର୍ଶାଇ ଆୟୋଗ ଫ୍ରିଜ କରିବା ସହ ଉଭୟ ଗୋଷ୍ଠୀକୁ ନିଜ ପସନ୍ଦର ଏକାଧିକ ଚିହ୍ନ ପ୍ରସ୍ତାବ ରଖିବାକୁ କହିଥିଲେ ।

Exit mobile version