Site icon ଆଜିକାଲି

ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇର ସାନି ସମନ, ୨୬ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସାନି ସମନ୍ ଜାରି କରିଛି। ଫେବୃଆରୀ ୨୬ରେ ହାଜର ହେବାକୁ ସିସୋଦିଆଙ୍କୁ କହିଛି ଏହି କେନ୍ଦ୍ରୀୟ ସଂସ୍ଥା । ସିସୋଦିଆଙ୍କୁ ପ୍ରଥମେ ଫେବୃଆରୀ ୧୯ରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ସେ ଦିଲ୍ଲୀ ବଜେଟ୍ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବାରୁ ସିସୋଦିଆ ସପ୍ତାହେ ସମୟ ମାଗିଥିଲେ। ସିବିଆଇ ମଧ୍ୟ ସିସୋଦିଆଙ୍କ ଅନୁରୋଧ ରଖିଥିଲା । ସିସୋଦିଆ ଦିଲ୍ଲୀର ଅର୍ଥମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଉଛନ୍ତି ।

ସୂଚନା ଯେ, ମଦ ଦୁର୍ନୀତି ମାମଲାରେ ସିବିଆଇ ପୂର୍ବରୁ ଦୁଇଥର ସିସୋଦିଆଙ୍କୁ ଜେରା କରିସାରିଛି ।

Exit mobile version