Site icon ଆଜିକାଲି

ଏମସିଡି ଦଖଲ ପରେ ବିଜେପିକୁ ସିସୋଦିଆଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ​​ବିଜୟ ପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପିକୁ କଟାକ୍ଷ କରିଛନ୍ତି । ସେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ସେମାନଙ୍କର ଭୋଟ୍ ବିଶ୍ବର ସବୁଠୁ ବଡ଼ ଓ ସବୁଠୁ ନେଗେଟିଭ୍ ଦଳକୁ ପରାସ୍ତ କରିବାରେ ସହାୟକ ହୋଇଛି ।

ସିସୋଦିଆ ଟ୍ବିଟ୍ କରି କହିଛନ୍ତି, ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଉପରେ ଭରସା କରିଥିବାରୁ ଦିଲ୍ଲୀବାସୀଙ୍କୁ ଆନ୍ତରିକ କୃତଜ୍ଞତା … ଦୁନିଆର ସବୁଠୁ ବଡ ତଥା ସବୁଠୁ ନେଗେଟିଭ୍ ପାର୍ଟିକୁ ହରାଇ ଦିଲ୍ଲୀର ଜନତା ସଚ୍ଚୋଟ ଏବଂ କାମ କରୁଥିବା ଅରବିନ୍ଦ କେଜ୍ରିୱାଲଜୀଙ୍କୁ ଜିତାଇଛନ୍ତି। ଆମ ପାଇଁ ଏହା କେବଳ ବିଜୟ ନୁହେଁ, ଏହା ଏକ ବଡ ଦାୟିତ୍ବ।”

ଦିଲ୍ଲୀ ଏମସିଡି ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ୨୫୦ଟି ସିଟ୍ ମଧ୍ୟରୁ ୧୩୪ଟି ଜିତି ବିଜେପିର ୧୫ ବର୍ଷ ଶାସନର ଅନ୍ତ ଘଟାଇଛି । ବିଜେପି ଏଥର ୧୦୪ଟି ସିଟ୍ ଜିତିଥିବା ବେଳେ କଂଗ୍ରେସ ମାତ୍ର ୯ଟି ଓ୍ବାର୍ଡରେ ସୀମିତ ରହିଛି । ଅନ୍ୟପକ୍ଷରେ ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏମସିଡି ନିର୍ବାଚନରେ ଦଳର ବିଜୟ ନେଇ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଆମକୁ ପ୍ରଥମେ ସ୍କୁଲ୍, ଡାକ୍ତରଖାନା ଏବଂ ବିଜୁଳି ଦାୟିତ୍ବ ଦିଆଗଲା, ଆମେ ସେସବୁ ଠିକ୍ କରିଦେଲୁ | ବର୍ତ୍ତମାନ ଦିଲ୍ଲୀର ଲୋକମାନେ ନିଜ ପୁଅକୁ ସଫେଇ, ପାର୍କ ଗୁଡ଼ିକୁ ଠିକ୍ କରିବାକୁ ଦାୟିତ୍ୱ ଦେଇଛନ୍ତି। ମୁଁ ଦିଲ୍ଲୀର ଲୋକଙ୍କ ନିକଟରେ ଋଣୀ ରହିବି । ସେ କହିଛନ୍ତି ଯେ ତୁମର ଏହି ବିଶ୍ୱାସକୁ ବଜାୟ ରଖିବା ପାଇଁ ମୁଁ ଦିନରାତି ପରିଶ୍ରମ କରିବି।

Exit mobile version