Site icon ଆଜିକାଲି

ଭ୍ୟାନ୍ ଉପରେ ଚଢିଗଲା ଟ୍ରକ୍ : ଘଟଣାସ୍ଥଳରେ ୬ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଖି ପଛୁଳାକେ ସରିଗଲା ସବୁକିଛି । ଚାଲିଗଲା ୬ ନୀରିହ ଜୀବନ। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ଭ୍ୟାନ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ପରିବାରର ୬ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ସମେତ ଜଣ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ତ ସରକାରୀ ହସପିଟାଲରେ ଭର୍ତ୍ତୀ କରାଯାଇଛି । ତାଲିମନାଡୁର ତିରୁଚିରାପଲ୍ଲୀ ଜିଲ୍ଲାରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସମସ୍ତ ଭ୍ୟାନ ଯୋଗେ କୁମ୍ବୋକୋନମ୍ ରେ ଥିବା ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ ଆଜି ଭୋର ପ୍ରାୟ ୩ଟା ୫୦ ମିନିଟ୍ ସମୟରେ ଦୁର୍ଘଟଣାର ଶୀକାର ହୋଇଥିଲେ।

ସୂଚନା ଅନୁସାରେ, ମୃତାହତଙ୍କ ଘର ସାଲେମ ଜିଲ୍ଲା ଇଡାପ୍ପଡି ଅଞ୍ଚଳରେ । ସମସ୍ତେ ଗୋଟିଏ ପରିବାରର ସଦସ୍ୟ । ଆଜି ସକାଳେ ଗୋଟିଏ ପରିବାରର ୯ ଜଣ ସଦସ୍ୟ କୁମ୍ବାକୋନମ୍ ଅଞ୍ଚଳରେ ଥିବା ଏକ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ । ଏତିକି ବେଳେ ତ୍ରିଚି ବାଇପାସ୍ ପାଖ ତିରୁବସି ଗାଁ ନିକଟରେ ବୀପରିତ ଦିଗରୁ ଆସୁଥିବା ଏକ କାଠ ବୋଝେଇ ଟ୍ରକ ସହ ଭ୍ୟାନର ମୁହାଁମୁହିଁ ଧକ୍କା ହୋଇଥିଲା । ଭୋର୍ ପାଖାପାଖି ୪ଟା ସମୟରେ ଦୁର୍ଘଟଣା ଘଟିଥିଲା । ଏଥିରେ ଘଟଣାସ୍ଥଳରେ ଜଣେ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଭ୍ୟାନରେ ଥିବା ଅନ୍ୟ ତିନି ଜଣ ଆହତ ହୋଇଥିଲେ । ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରିଥିଲା । ସେହିପରି ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏସପି ସୁଜିତ୍ କୁମାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୁର୍ଘଟଣାସ୍ଥଳରୁ ପୋଲିସ ଗାଡିକୁ ଜବତ କରିଛି ।

Exit mobile version